ଝାରସୁଗୁଡ଼ାରେ ଦ୍ୱିତୀୟ ଏନ୍‌ସିସି ଆକାଶ ବାହିନୀ ପ୍ରଶିକ୍ଷଣ କେନ୍ଦ୍ର

ଝାରସୁଗୁଡ଼ା ଅଫିସ,୮ା୧୦: ଆକାଶ ବାହିନୀ ଦିବସ ଅବସରରେ ଶୁକ୍ରବାର ଝାରସୁଗୁଡ଼ାରେ ରାଜ୍ୟର ୨ୟ ଏନ୍‌ସିସି ଆକାଶ ବାହିନୀ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ସ୍ଥାନୀୟ ମାଳିମୁଣ୍ଡାସ୍ଥିତ ଷ୍ଟାଡିୟମରେ ଏହାର ଏକ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲାଯାଇଛି। ରାଜ୍ୟ ଏନ୍‌ସିସି ଡେପୁଟି ଡାଇରେକ୍ଟର ଜେନେରାଲ କମାଣ୍ଡର ସୋମେନ ବାନାର୍ଜୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।
ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା ା ସେହିପରି ସ୍ଥାନୀୟ ଲକ୍ଷ୍ମୀ ନାରାୟଣ କଲେଜରେ ଏହାର ଏକ ଶାଖା ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇଛି। ଏହାକୁ ଏନ୍‌ସିସି ମୁଖ୍ୟ କମାଣ୍ଡର ବାନାର୍ଜୀ ଉଦ୍‌ଘାଟନ କରିଥିଲେ। ଏହି କେନ୍ଦ୍ରରେ ପଶ୍ଚିମ ଓଡ଼ିଶା ସମତେ ୧୭ ଜିଲାର ଛାତ୍ରୀଛାତ୍ର ପ୍ରଶିକ୍ଷଣ ଗ୍ରହଣ କରିବେ। ପ୍ରଶିକ୍ଷଣ ପରେ ସେମାନେ ଏୟାର ଫୋର୍ସରେ ନିଯୁକ୍ତି ପାଇପାରିବେ ବୋଲି କୁହାଯାଇଛି। ପୂର୍ବରୁ ଓଡ଼ିଶାର ଭୁବନେଶ୍ୱରରେ ଏହାର ପ୍ରଶିକ୍ଷଣ କେନ୍ଦ୍ର ରହିଛି। ଆଉ ଏକ ଏନ୍‌ସିସି ଏୟାର ଓ୍ବିଙ୍ଗ୍‌ କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ର ସରକାର ପ୍ରୟାସ କରିଥିଲେ। ଏହି ପ୍ରକ୍ରିୟା ୨୦୧୪-୧୫ରୁ ଆରମ୍ଭ ହୋଇଥିବାବେଳେ ଦୀର୍ଘ ୭ବର୍ଷ ପରେ ଏହା ସମ୍ଭବପର ହୋଇପାରିଛି ା ରାଜ୍ୟରେ ୨ୟ ବିମାନ ବନ୍ଦର ଝାରସୁଗୁଡ଼ାରେ ପ୍ରତିଷ୍ଠା ହୋଇଥିବାରୁ ଏଠାରେ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲା ା

Share