ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ବସିବ । ଗୃହରେ ୧୦ ଟି ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ହେବ। ୧୪ରୁ ୨୯ ତାରିଖ ଭିତରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ଯେଉଁ ବିଭାଗର ଗୃହରେ ଆଲୋଚନା ହୋଇନପାରିବ, ୨୯ ତାରିଖରେ ଗିଲୋଟିନ ରେ ପାରିତ ହେବ। ୩୦ ତାରିଖରେ ବ୍ୟୟମଞ୍ଜୁରୀ ବିଲ ପାରିତ ହେବ। ଗୃହ କାର୍ଯ୍ୟ ଶୃଙ୍ଖଳିତ ଭାବେ ଚଳାଇବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନୁରୋଧ କରିଛନ୍ତି ।

Share