ରିଲିଜ୍‌ ହେଲା ଫିଲ୍ମ ‘ପଠାନ’ର ଦ୍ୱିତୀୟ ଗୀତ ‘ଝୁମେ ଜୋ ପଠାନ’

ସୁପରଷ୍ଟାର ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ର ଦ୍ୱିତୀୟ ଗୀତ’ ‘ଝୁମେ ଜୋ ପଠାନ ’ମୁକ୍ତିଲାଭ କରିଛି। ଏହି ଗୀତରେ ଶାହାରୁଖ ଏବଂ ଦୀପିକା ପାଦୁକୋନ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ନିକଟରେ ‘ପଠାନ’ର ପ୍ରଥମ ଗୀତ ‘ବେସରମ ରଙ୍ଗ’ ଗୀତ ମୁକ୍ତିଲାଭ କରିଥିଲା। ଏହାକୁ ନେଇ ବିବାଦ ଉପୁଜିଥିଲା।
‘ଝୁମେ ଜୋ ପଠାନ’ ଏହି ଫିଲ୍ମର ଟାଇଟଲ ଗୀତ ବୋଲି କୁହାଯାଉଛି। ବଲିଉଡର ପ୍ରସିଦ୍ଧ ଗାୟକ ଅରିଜିତ ସିଂ ଏହି ଚମତ୍କାର ଗୀତକୁ ତାଙ୍କ ଯାଦୁକରୀ ସ୍ବରରେ ଗାଇଛନ୍ତି। ଅନ୍ୟପକ୍ଷରେ, ସୁକ୍ରିତି କକ୍କର ମଧ୍ୟ ତାଙ୍କ ସହ ଏହି ଗୀତ ଗାଇଛନ୍ତି। କେବଳ ଏତିକି ନୁହେଁ, ପ୍ରସିଦ୍ଧ ସଂଗୀତଜ୍ଞ ବିଶାଲ-ଶେଖରଙ୍କ ଯୋଡି ‘ଝୁମେ ଜୋ ପଠାନ’ ରଚନା କରିଛନ୍ତି। ପଠାନଙ୍କ ଏହି ନୂଆ ଗୀତ ସୋସିଆଲ ମିଡିଆରେ ଧମାଲ କରିବା ଆରମ୍ଭ କରିଛି। ‘ପଠାନ’ର ପ୍ରଥମ ଗୀତ ‘ବେସରମ ରଙ୍ଗ’ ଗୀତ ୧୦୦ ମିଲିୟନରୁ ଅଧିକ ଭ୍ୟୁ ଆସିଛି।
‘ପଠାନ’ ଫିଲ୍ମ ଆସନ୍ତା ମାସରେ ଅର୍ଥାତ ଜାନୁୟାରୀ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଶାହରୁଖ ଖାନଙ୍କ ବ୍ୟତୀତ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ଜନ ଆବ୍ରହାମ ଅଛନ୍ତି।

Share