ସ୍ବାମୀଙ୍କୁ ହତ୍ୟା କଲେ ୨ୟ ସ୍ତ୍ରୀ

ଆଠଗଡ,୯ା୨(ସ୍ବ.ପ୍ର.): ପାରିବାରିକ କଳହର ପରିଣତି କେତେ ଭୟଙ୍କର ହୋଇପାରେ ତା’ର ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲା ଆଠଗଡ଼ ଏନ୍‌ଏସି ଅନ୍ତର୍ଗତ ୪ ନମ୍ବର ଓ୍ବାର୍ଡରେ। ଏହି ଓ୍ବାର୍ଡର ହରିଜନ ସାହିରେ ବୁଧବାର ଆତ୍ମରକ୍ଷା ପାଇଁ ସ୍ବାମୀଙ୍କୁ ଦ୍ୱିତୀୟ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଏହି ସାହିର ମଙ୍ଗୁଳି ନାୟକ(୩୫)। ଖବରପାଇ ପୋଲିସ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ତ୍ରୀ ରୀନାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଥାନାରେ ଅଟକ ରଖିଛି। ସାଇଣ୍ଟିଫିକ୍‌ ଅଫିସର ସନ୍ଧ୍ୟାରାଣୀ ଭୂୟଁାଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛି। ଏଥିସହ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ମଙ୍ଗୁଳି ପୂର୍ବରୁ ବିବାହିତ ଥିବା ସତ୍ତ୍ୱେ ୪ ବର୍ଷ ତଳେ ସ୍ବାମୀ ପରିତ

Share