ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ନୀତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଉଭୟ ସ୍ବାମୀ-ସ୍ତ୍ରୀ ୩ ବିଷୟ ଉପରେ ଧ୍ୟାନ ଦେବା ଆବଶ୍ୟକ। ଯାହା ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ…
ଦୃଢ ବିଶ୍ୱାସ ରହିବା ଆବଶ୍ୟକ
କୌଣସି ସମ୍ପର୍କର ପ୍ରଥମ ସର୍ତ୍ତ ହେଉଛି ବିଶ୍ୱାସ। ଯେ ପର୍ଯ୍ୟନ୍ତ କୌଣସି ସମ୍ପର୍କରେ ବିଶ୍ୱାସ ରହିବ ନାହିଁ ସେ ସମ୍ପର୍କ ବେଶି ଦିନ ତିଷ୍ଠି ପାରିବ ନାହିଁ। ତେଣୁ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୃଢ ବିଶ୍ୱାସ ରହିବା ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି।
ଉଭୟ ଉଭୟଙ୍କୁ ସମ୍ମାନ ଦେବା ଆବଶ୍ୟକ
ସ୍ବାମୀ-ସ୍ତ୍ରୀ ପରସ୍ପର ପ୍ରତି ବିଶ୍ୱସ୍ତ ରହିବା ଉଚିତ। ସେହିପରି ଉଭୟ ଉଭୟଙ୍କୁ ସମ୍ମାନ ଦେବା ଉଚିତ୍। ତେଣୁ ସମ୍ମାନ ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ବୋଲି ଚାଣକ୍ୟ କହିଛନ୍ତି।
ପରସ୍ପରକୁ ସାହାଯ୍ୟ କରିବା ଉଚିତ୍
ସ୍ବାମୀ-ସ୍ତ୍ରୀ ପରସ୍ପରର ଶକ୍ତି ହେବା ଉଚିତ୍। ଯେତେ କଠିନ ପରିସ୍ଥିତି ଆସିଲେ ବି ଉଭୟେ ଉଭୟଙ୍କୁ ସାହାଯ୍ୟ କରିବା ଉଚିତ୍। ସେହିପରି ଅସୁବିଧା ସମୟରେ ମଧ୍ୟ ସ୍ବାମୀ-ସ୍ତ୍ରୀ ପରସ୍ପରକୁ ସାହାଯ୍ୟ କରିବା ଆବଶ୍ୟକ। ଫଳରେ ଦାମ୍ପତ୍ୟ ଜୀବନ ସର୍ବଦା ସୁଖମୟ ହୋଇଥାଏ ବୋଲି ଚାଣକ୍ୟ ପ୍ରକାଶ କରିଛନ୍ତି।