ବିଜୟର ରହସ୍ୟ

କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିଲେ ବି ଭାଜପା ତା’ ଭୋଟ ହାର ବଜାୟ ରଖିଛି। କଂଗ୍ରେସ ଅଧିକ ୫% ଭୋଟ ପାଇ ୪୩%ରୁ ସାମାନ୍ୟ କମ୍‌ରେ ଥିବାବେଳେ ଭାଜପା ୦.୨% ଭୋଟ ହରାଇ ୩୬%ରେ ଅଛି। ତେବେ କଂଗ୍ରେସ କେମିତି ଏହାର ଲୋକପ୍ରିୟତା ବଢ଼ାଇଲା? ଏହା ପଛରେ ଅନେକ ବିଷୟ ଥାଇପାରେ, କିନ୍ତୁ ଶାସକ ବିରୋଧୀ ଲହର ଏଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ନୁହେଁ। କାହିଁକି ନୁହେଁ? କାରଣ, ଭାଜପା ତା’ ଲୋକପ୍ରିୟତା ସ୍ତର ହାସଲ କରି ୨୦୧୮ରେ ଯେତିକି ଭୋଟ ପାଇଥିଲା ଏଥର ମଧ୍ୟ ସମାନ ସଂଖ୍ୟକ ଭୋଟରଙ୍କୁ ଆକର୍ଷିତ କରିପାରିଲା। ଏହା ପଛରେ ଏକ କାରଣ ରହିଛି ଏବଂ ପରେ ଆମେ ସେ ବିଷୟକୁ ଆସିବା। ଯଦି ଶାସକ ବିରୋଧୀ ଲହର ନୁହେଁ ତେବେ ଭାଜପା ହାରିବା ପଛରେ କେଉଁ ବିଷୟ ରହିଛି ତାହା ଦେଖିବା। ଦଳ ନିଜେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟ କଥା କହୁଛି। ଗୋଟିଏ ହେଲା ସେମାନେ(କଂଗ୍ରେସ) ଦେଇଥିବା ୫ଟି ଯୋଜନାର ପ୍ରତିଶ୍ରୁତି ଓ ଅନ୍ୟଟି ଭାରତ ଯୋଡ଼ୋ ଯାତ୍ରା। ୫ଟି ଯୋଜନା ମଧ୍ୟରେ ରହିଛି ମାସକୁ ୨୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌, ଗୋଟିଏ ପରିବାରର ପ୍ରତ୍ୟେକ ମୁଖ୍ୟ ମହିଳାଙ୍କୁ ୨୦୦୦ ଟଙ୍କା, ଦୁଇ ବର୍ଷ ପାଇଁ ବାର୍ଷିକ ୩,୦୦୦ ଟଙ୍କା ବେରାଜଗାର (ଚାକିରି କରି ନ ଥିବା ଡିଗ୍ରୀଧାରୀ)ଭତ୍ତା ଓ ଡିପ୍ଲୋମାଧାରୀଙ୍କୁ ମାସକୁ ୧୫୦୦ ଟଙ୍କା, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ମୁଣ୍ଡ ପିଛା ୧୦ କେ.ଜି. ଚାଉଳ ଏବଂ ରାଜ୍ୟ ବସ୍‌ଗୁଡ଼ିକରେ ମହିଳାମାନଙ୍କୁ ମାଗଣାରେ ଯାତ୍ରା ସୁବିଧା। କଂଗ୍ରେସ ବିଜୟ ପଛରେ ଏସବୁ ଯୋଜନା ଥିଲା ମୁଖ୍ୟ। ଏହାବ୍ୟତୀତ ଅନ୍ୟ କିଛି କାରଣ ବି ରହିଛି। ଗ୍ରାମୀଣ ଅଞ୍ଚଳରେ ସ୍ବାସ୍ଥ୍ୟକର୍ମୀ ଭାବେ ଥିବା ଆଶାକର୍ମୀ ମାସିକ ସ୍ଥାୟୀ ଭାବେ ୫,୦୦୦ ଟଙ୍କା ପାଇବେ, ମଧ୍ୟାହ୍ନଭୋଜନ ରୋଷେୟା ଏବଂ ଅଙ୍ଗନଓ୍ବାଡି କର୍ମୀ ମାସକୁ ୨୪୦୦ ରୁ ୩୫୦୦ ଟଙ୍କା ଅଧିକ ପାଇବେ। ନାଇଟ୍‌ ଡ୍ୟୁଟିରେ ରହୁଥିବା ପୋଲିସ କର୍ମଚାରୀମାନେ ମାସକୁ ଅଧିକ ୫,୦୦୦ ଟଙ୍କା ପାଇବା ସହ ଗୋଟିଏ ମାସର ଦରମା ବି ପାଇବେ। ଏବେ କର୍ନାଟକରେ ୬୫,୦୦୦ ଅଙ୍ଗନଓ୍ବାଡି କର୍ମୀ ଓ ୧ ଲକ୍ଷ ପୋଲିସ କାର୍ଯ୍ୟକରୁଛନ୍ତି। ଯଦି ବେଙ୍ଗାଲୁରୁରେ ଜଣେ ମହିଳା ହାଉସହୋଲ୍ଡ ମେଡ୍‌ ଥିବେ ତେବେ ସେ ଏବେଠାରୁ ୨୦୦୦ ଟଙ୍କା, ୧୨୦୦ଟଙ୍କା (ମାସିକିଆ ବସ୍‌ ପାସ୍‌ର ମୂଲ୍ୟ) ଏବଂ ୧୦ କେ.ଜି. ଚାଉଳ ପାଇବା ସହ ମାଗଣା ବିଦ୍ୟୁତ୍‌ ବି ପାଇବେ। ଏହି ଅଧିକ ପରିମାଣର ସହାୟତା ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। ଅର୍ଥନୀତି ବିଶ୍ଳେଷକ ଅନିନ୍ଦ୍ୟ ଚକ୍ରବର୍ତ୍ତୀ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟର ମାସିକ ହାରାହାରି ମୁଣ୍ଡପିଛା ଆୟ ୨୨,୦୦୦ ଟଙ୍କା। କିନ୍ତୁ ଏହା ସମ୍ପୂର୍ଣ୍ଣ ଅସମାନ। ରାଜ୍ୟ ଜନସଂଖ୍ୟାର ୬୦%ରୁ ଊର୍ଦ୍ଧ୍ୱ ଲୋକଙ୍କର ମୁଣ୍ଡପିଛା ମାସିକ ଆୟ ୧୩,୮୦୦ ଟଙ୍କା। ଏଣୁ ଏଭଳି ଲୋକମାନଙ୍କୁ ଦିଆଯାଇଥିବା ଏହିସବୁ ଗ୍ୟାରେଣ୍ଟିର ମାନେ କ’ଣ ତାହା ବିଚାର କରନ୍ତୁ।
ଏହି ଯୋଜନାଗୁଡ଼ିକର ପ୍ରୟୋଜନ କ’ଣ ସେ ସମ୍ପର୍କରେ ଗୁରୁତ୍ୱର ସହ ଆମକୁ ବିଚାର କରିବାକୁ ପଡ଼ିବ। ସରକାର କ୍ଷୁଧା ସୂଚକାଙ୍କରେ ଭାରତର ଅଧୋଗତିକୁ ରଦ୍ଦ କରିପାରନ୍ତି, ହେଲେ ମାଗଣା ଶସ୍ୟ ଜନସଂଖ୍ୟାର ଏକ ସିଂହଭାଗ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତରେ ବେରୋଜଗାର ସମ୍ପର୍କିତ ଦୁଇଟି ସୂଚକ ରହିଛି। ଗୋଟିଏ ସରକାର ଓ ଅନ୍ୟଟି ପ୍ରାଇଭେଟ୍‌ ଫାର୍ମ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମ୍‌ଆଇଇ) ସଂଯୋଜିତ କରିଛନ୍ତି। ସିଏମ୍‌ଆଇଇ ପ୍ରକାଶ କରିଛି ଯେ, ଭାରତରେ ବେରୋଜଗାର ଅତ୍ୟଧିକ ଓ ଏହା ୫ ବର୍ଷ ମଧ୍ୟରେ ୬%ରୁ ତଳକୁ ଖସିନାହିଁ। ଏହାସହ ଶ୍ରମ ଭାଗୀଦାରି ହାର ମଧ୍ୟ ଦୁର୍ବଳ ରହିଛି। ଯେଉଁମାନେ ଚାକିରି ପାଇବାକୁ ସକ୍ଷମ ହେଉନାହାନ୍ତି କିମ୍ବା ଯେଉଁ ପ୍ରକାର ଚାକିରି ଚାହଁୁଛନ୍ତି ତାହା ପାଇପାରୁନାହାନ୍ତି, ସେମାନେ ଚାକିରି ଖୋଜିବା ସମ୍ପୂର୍ଣ୍ଣ ବନ୍ଦ କରିଦେଉଛନ୍ତି। ଏ କ୍ଷେତ୍ରରେ ସରକାରୀ ତଥ୍ୟ କହେ ଯେ, ଦେଶରେ ୧୫% ଡିଗ୍ରୀଧାରୀ ଚାକିରି ପାଇନାହାନ୍ତି। ଭାରତୀୟ ମହିଳାମାନଙ୍କ ଶ୍ରମ ଭାଗୀଦାରି ବିିଶ୍ୱରେ ସବୁଠୁ କମ୍‌। ଏହା ପଛରେ ସାମାଜିକ ସହିତ ଅନ୍ୟ ବହୁ କାରଣ ରହିଛି। ସୁରକ୍ଷା, ନିୟମିତ ଏବଂ ଶସ୍ତା ପରିବହନ ବିଷୟଗୁଡ଼ିକ ମଧ୍ୟ ବିଚାର୍ଯ୍ୟ। ଏହି କାରଣଗୁଡ଼ିକୁ ଗ୍ରହଣ କରିବାକୁ ହେଲେ ଆମକୁ ନିର୍ଣ୍ଣୟ କରିବାକୁ ହେବ ଯେ, ୨୦୨୩ରେ ଦାରିଦ୍ର୍ୟ ଏବଂ ବେରୋଜଗାର ଭଳି ଗମ୍ଭୀର ସମସ୍ୟା ଭାରତରେ ଅଛି। କିନ୍ତୁ ସରକାର ଯାହା କହୁଛନ୍ତି ସେଥିରୁ ଜଣାପଡ଼ୁଛି ଯେ ଏସବୁ ନାହିଁ। ବାସ୍ତବରେ ସମସ୍ୟାକୁ ସିଦ୍ଧ କରୁଥିବା ତଥ୍ୟ ଓ ମତକୁ ସରକାର ଅଗ୍ରାହ୍ୟ କରୁଛନ୍ତି, ଯେଉଁଥିରୁ ଜଣାପଡ଼ୁଛି ସମସ୍ୟା ରହିଛି। ମୋଦି ସରକାରଙ୍କର ଅମୃତକାଳ, ବିଶ୍ୱଗୁରୁର କାହାଣୀରେ ଥିବା ସମସ୍ୟା କଂଗ୍ରେସକୁ ସଫଳତା ଦେଇଛି କି? ଭାଜପା ଏବଂ ଏହାର ସମର୍ଥକମାନେ ସେମାନେ କହୁଥିବା ରାବିଡ଼ି ସଂସ୍କୃତିକୁ ଉପହାସ କରିଛନ୍ତି। ଯେଉଁମାନେ ଏଥିରୁ କିଛି ପାଇବାକୁ ଆଶା କରିଛନ୍ତି ସେହି ବ୍ୟକ୍ତିଙ୍କ ପାଇଁ ଏହା ଏବେ ଅପମାନଜନକ ହୋଇଛି, ତଥାପି ଏହି ଶବ୍ଦକୁ ବ୍ୟବହାର କରାଯାଉଛି। ଏହିସବୁ ବିଷୟକୁ ‘ଫ୍ରିବିଜ୍‌’ କହିବା ନୈତିକତା ଦୃଷ୍ଟିରୁ ଭୁଲ୍‌। ସଭ୍ୟ ଦେଶଗୁଡ଼ିକରେ ଏହି ବିଷୟକୁ ଅଧିକାଂଶ ବୈଧାନିକ ଅଧିକାର ବୋଲି କହନ୍ତି, କାରଣ ସେମାନେ ପାଇବାକୁ ହକ୍‌ଦାର। ଗରିବମାନେ ହିଁ ସରକାରଙ୍କଠାରୁ ଏହିସବୁ ସୁବିଧା ପାଇବାକୁ ଯୋଗ୍ୟ ହୋଇଥା’ନ୍ତି। ମଧ୍ୟବିତ୍ତ ଶ୍ରେଣୀର ଲୋକେ ମାଗଣା ଚାଉଳ କିମ୍ବା ୨୦୦ ୟୁନିଟ୍‌ ବିଦ୍ୟୁତ୍‌ ପାଇଁ ଧାଡ଼ି ଲଗାଇବା ବିଚାରକୁ ନେଇ ଉତ୍ସାହିତ ହେବେ ନାହିଁ। ଏହି ବିଷୟଗୁଡ଼ିକୁ ନେଇ ଆମେ ଭୋଟ ଦେଉନାହଁୁ। ବାସ୍ତବରେ ଆମେ ଯେଉଁଠୁ ଆରମ୍ଭ କରିଥିଲୁ ସେଥିରୁ ଗୋଟିଏ କାରଣକୁ ଫେରିବାକୁ ଚାହଁୁଛୁ। ଭାଜପା ଏହାର ଭୋଟ ହାର ବଜାୟ ରଖିଲା। ବୁଝାପଡ଼ୁଛି ଏହାର ଆଧାର ହେଉଛି ତା’ର ବିଚାରଧାରା। ଆମେ ଜାଣୁ ଯେ ଏହି ଆଧାର ସହରାଞ୍ଚଳରେ ମଧ୍ୟବିତ୍ତ ଓ ଉଚ୍ଚଜାତିର ଲୋକଙ୍କ ମଧ୍ୟରେ ମଜଭୁତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri