ଘରେ ପାଦ ଦେଉ ଦେଉ ଘଟିଲା ଏମିତି…

ନିଜର ଗୋଟିଏ ଘର ହେଉ ଏହି ସ୍ବପ୍ନ ସମସ୍ତେ ଦେଖିଥାନ୍ତି। ମାତ୍ର ବେଳେବେଳେ ଏହି ସ୍ବପ୍ନ ଡରାଇ ଦେଇଥାଏ। ଏମିତି କିଛି ଘଟିଛି ଲଣ୍ଡନରେ ରହୁଥିବା ଜେମି ଭିଲକିସଙ୍କ କ୍ଷେତ୍ରରେ।
ଜେମି ଅନେକ ଦିନ ହେବ ନିଜ ପାଇଁ ଏକ ପ୍ଲାଟ୍‌ ଖୋଜୁଥିଲେ। ହଠାତ୍‌ ତାଙ୍କୁ ଏକ ଆପାର୍ଟମେଣ୍ଟର ଗୋଟିଏ ଫ୍ଲାଟ୍‌ ପସନ୍ଦ ଆସିଲା। ହେଲେ ଯେତେବେଳେ ସେ ରୋଷେଇ ଘରେ ପଶିଲେ ତାଙ୍କ ହୋସ୍‌ ଉଡିଗଲା। । ସେଠାରେ ଜେମି ଏକ ଗୁପ୍ତ ରାସ୍ତା ଦେଖିବାକୁ ପାଇଲେ।
ରୋଷେଇ ଘରୁ ଏକ ଶିଢ଼ି ତଳକୁ ଯାଇଥିଲା। ଜେମି ଏହାର ଏକ ଭିଡିଓ କରି ଶୋସିଆଲେ ମିଡିଆରେ ଶେୟାର କରିଛନ୍ତି। ଏଥିସହ ସେ କ୍ୟାପଶନରେ ଲେଖିଛନ୍ତି, ମୁଁ ଏକ ଫ୍ଲାଟ୍‌ ଦେଖିଲି। ଯାହାକୁ ମୁଁ କେବେହେଲେ ଭୁଲିପାରିବି ନାହିଁ। ରୋଷେଇ ଘରର ସିଙ୍କ ତଳେ ଏକ ଗୁପ୍ତ ରାସ୍ତା ରହିଛି। ଘରର ମାଲିକ ଏପରି କିହିଁକି କରିଛନ୍ତି ତାହା ଜଣାନାହିଁ ବୋଲି ଜେମି ଲେଖିଛନ୍ତି।

Share