ସୁରକ୍ଷା ପାଚେରି କାମ ନିମ୍ନମାନର

ଖଇରା, ୩।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ଖଇରା ନଟାପଡା ଆର୍‌ଡି ରାସ୍ତାର ନଟାପଡା ଗ୍ରାମ ନିକଟରେ ଚାଲୁଥିବା ସୁରକ୍ଷା ପାଚେରି ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ପାଚେରିର ସ୍ଥାୟିତ୍ୱ ଉପରେ ପ୍ରଶ୍ନ ଉଠାଇ ଏହାକୁ ତୁରନ୍ତ ବନ୍ଦ କରିବା ସହ ହୋଇସାରିଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରିବାକୁ ଗ୍ରାମର ଜିତେନ୍ଦ୍ର ଲେଙ୍କା, ସନ୍ତୋଷ କୁମାର ଜେନା, ମଣିଭଦ୍ର ବେହେରା, ଜୟନ୍ତ କୁମାର ଲେଙ୍କା, ଅବିନାଶ ରାଉତ, ନିଶିକାନ୍ତ ମହାନ୍ତି ପ୍ରମୁଖ ଦାବି କରିଛନ୍ତି ା ମିଟର ସୁରକ୍ଷା ପାଚେରି ତଥା ଏକ କଲଭର୍ଟ ନିର୍ମାଣ ପାଇଁ ପାଖାପାଖି ୪୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ୮ମାସ ପୂର୍ବରୁ ଟେଣ୍ଡର କାର୍ଯ୍ୟ ଶେଷ ହୋଇ ସାରିଥିଲେ ହେଁ ଠିକାଦାର ଅନ୍ୟୁନ ୬ଦିନ ତଳେ ମାର୍ଚ୍ଚ ଆର୍ଥତ୍କ ବର୍ଷ ଶେଷରେ ବିଲ୍‌ ଉଠାଇନେବା ଲକ୍ଷ୍ୟରେ ଉକ୍ତ କାର୍ଯ୍ୟକୁ ତରବରିଆ ଭାବେ ଆରମ୍ଭ କରିଛନ୍ତି ା ୮ଇଞ୍ଚର ବେସ ପାଇଁ ନିର୍ଦ୍ଦେଶ ଥିବା ବେଳେ ଏହାକୁ ୪ଇଞ୍ଚରୁ ୫ ଇଞ୍ଚ ରଖାଯାଉଥିବା, ନିଡଲ ଭାଇବ୍ରେଟର ବଦଳରେ ବାଉଁଶବାଡି ବ୍ୟବହାର, ନିମ୍ନମାନର କଞ୍ଚାମାଲ, ବାଲି ଫିଲିଂ ବଦଳରେ ମାଟି ଫିଲିଂ ବ୍ୟବହାର କରାଯାଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ା ମାସ ମାସ ତଳୁ ଚୁକ୍ତି ସରିଥିବା ବେଳେ ହଠାତ୍‌ ମାର୍ଚ୍ଚ ମାସରେ କାମ ଆରମ୍ଭ କରାଯିବା ଘଟଣାକୁ ନେଇ ସାଧାରଣରେ ବିଭାଗର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିଛି ା ଗ୍ରାମବାସୀ କାର୍ଯ୍ୟସ୍ଥଳକୁ ଯାଇ ଠିକାଦାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ ମଧ୍ୟ ଠିକାଦାର ଏଥିପ୍ରତି କର୍ଣ୍ଣପାତ କରୁ ନ ଥିବା ଗ୍ରାମବାସୀ କହିଛନ୍ତି ା ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ପ୍ରିୟରଞ୍ଜନ ବେହେରାଙ୍କୁ ଯୋଗାଯୋଗ କରିବାରେ କନିଷ୍ଠଯନ୍ତ୍ରୀଙ୍କୁ ପଠାଇ ଏହାର ତଦନ୍ତ କରିବେ ବୋଲି କହିଛନ୍ତି।

Share