ବିଭିନ୍ନ ଦାବି ନେଇ ଡ୍ୟାମ ସମ୍ମୁଖରେ ଧାରଣାରେ ବସିଲେ ସୁରକ୍ଷାକର୍ମୀ

ଚିତ୍ରକୋଣ୍ଡା,୧ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ଡ୍ୟାମ ପ୍ରକଳ୍ପ ଦାରା ପରିଚାଳିତ ଚିତ୍ରକୋଣ୍ଡା କାର୍ଯ୍ୟାଳୟରେ ଆଜକୁ ଦୀର୍ଘ ବର୍ଷ ହେଲା କାର୍ଯ୍ୟରତ ସୁରକ୍ଷାକର୍ମୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରକଳ୍ପ ଅଧିକାରୀଙ୍କୁ ଜଣାଇବା ସତ୍ତ୍ୱେ ସମସ୍ୟା ସମାଧାନ ପାଇଁ ବିଚାରକୁ ନ ନିଆଯାଉନାହିଁ। ଫଳରେ ବୁଧବାର ୨୯ ଜଣ ସୁରକ୍ଷାକର୍ମୀ କାମ ବନ୍ଦ କରି ବାଲିମେଳା ଜଳ ଭଣ୍ଡାର ମୁଖ୍ୟ ଗେଟ୍‌ ଲଞ୍ଚ ଘାଟ ଉପରେ ଧାରଣା ବସି ଦାବି ପୂରଣ ପାଇଁ ଅଡ଼ିବସିଛନ୍ତି l ସେମାନଙ୍କର ମୁଖ୍ୟ ଦାବି ଆଗରୁ ଡ୍ୟାମ ପ୍ରକଳ୍ପରେ କାମ କରିବାକୁ ୩୧ଟି ସୁରକ୍ଷାକର୍ମୀ ପଦବୀ ଥିଲା ମାତ୍ର ଚଳିତ ବର୍ଷ ୨୨ ସୁରକ୍ଷାକର୍ମୀ କାମ କରିବାକୁ ଅନୁମତି ମିଳିଛି। ୯ ସୁରକ୍ଷାକର୍ମୀଙ୍କୁ ବାଦ୍‌ ଦିଆଯାଇଛି। ତେଣୁ ଆଜି ସୁରକ୍ଷାକର୍ମୀମାନେ ଧାରଣାରେ ବସିଛନ୍ତି। ଦାବିଗୁଡ଼ିକ ମଧ୍ୟରେ ପୁନଃ ନିଯୁକ୍ତି, ଛ’ ମାସର ବକେୟା ବେତନ ପ୍ରଦାନ, ଅର୍ଦ୍ଧ କୁଶଳୀ ହିସାବରେ ବେତନ ପ୍ରଦାନ,ବେତନରୁ କଟନି ଛଟନି ବନ୍ଦ ଆଦି ଅନ୍ତର୍ଭୁକ୍ତ। ତୁରନ୍ତ ଦାବିଗୁଡ଼ିକ ପୂରଣ କରାଯିବାକୁ ଜୋର୍‌ ଦେଇଛନ୍ତି।

Share