Categories: ଜାତୀୟ

ଅମିତାଭ ବଚ୍ଚନଙ୍କ ଘରର ସୁରକ୍ଷା ବଢିଲା

ମୁମ୍ବାଇ,୨୦।୨: ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ନେଇ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ପାଟୋଲଙ୍କ ବିବୃତ୍ତି ପରେ ବଚ୍ଚନଙ୍କ ଘରର ସୁରକ୍ଷା ବୃଦ୍ଧି କରାଯାଇଛି। ଏଥି ସହିତ କଂଗ୍ରେସ ନେତା ସ୍ପଷ୍ଟ କରିଛନ୍ତି ଯେ. ସେ ଯାହା କହିଛନ୍ତି ସେଠାରୁ ପଛଘୁଞ୍ଚା ଦେବେ ନାହିଁ ଏବଂ ଅଭିନେତାମାନଙ୍କୁ ବିରୋଧ କରିବେ। ପାଟୋଲ କହିଛନ୍ତି ଯେ ମୁଁ ଅକ୍ଷୟ କୁମାର ଏବଂ ଅମିତାଭ ବଚ୍ଚନଙ୍କ ବିରୋଧରେ ନୁହେଁ, ବରଂ ତାଙ୍କ କାର୍ଯ୍ୟ ବିରୁଦ୍ଧରେ କହିଛି। ସେମାନେ ଆମ ହିରୋ ଲୋକଙ୍କ ହିତ ପାଇଁ ଆଗକୁ ଆସିବା ଉଚିତ୍‌। କେବଳ ସରକାରଙ୍କ ସମୟରେ ନ ଆସି ଲୋକଙ୍କ ସପକ୍ଷରେ ମଧ୍ୟ ସେମାନଙ୍କୁ ଆଗକୁ ଆସିବା ଉଚିତ୍‌ ବୋଲି ପାଟୋଲେ କହିଛନ୍ତି। ପେଟ୍ରୋଲ ମୂଲ୍ୟ ବୃଦ୍ଧି ନେଇ ବଲିଉଡ ଅଭିନେତାଙ୍କ ନୀରବତା ଉପରେ ପାଟୋଲେ ଏହି ବିରୋଧ କରୁଛନ୍ତି। ନାନା ପାଟୋଲେଙ୍କ ବିବୃତ୍ତି ପରେ ଅମିତାଭ ବଚ୍ଚନଙ୍କ ବାସଭବନ ଜଲସା ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି। ଗୋଟିଏ ଦିନ ପୂର୍ବରୁ ପାଟୋଲେ ଉଭୟ ଅଭିନେତାଙ୍କୁ ଧମକ ଦେଇଥିଲେ ଯେ ସେମାନେ ସେମାନଙ୍କ ଫିଲ୍ମକୁ ମହାରାଷ୍ଟ୍ରରେ ଶୁଟିଂ କରିବାକୁ ଦେବେ ନାହିଁ।

Share