ବିବାହ ଭୋଜିରେ ବାଣ୍ଟିଲେ ଚାରା

ରୂପସା,୧୫।୫(ଡି.ଏନ.ଏ.): ପରିବେଶପ୍ରେମୀ ନବଦମ୍ପତି ଅବକ୍ଷୟମୁଖି ପରିବେଶକୁ ସଜାଡ଼ିବା ପାଇଁ କରିଛନ୍ତି ପ୍ରୟାସ। ନିଜ ବିବାହ ଭୋଜି ଉତ୍ସବରେ ନିମନ୍ତ୍ରିତ ଅତିଥିଙ୍କୁ ଚାରାଗଛ ବାଣ୍ଟି ଅନ୍ୟମାନଙ୍କ ଲାଗି ଉଦାହରଣ ସାଜିଛନ୍ତି। ଏହା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ବସ୍ତା ବ୍ଲକ ଗଡ଼ପଦା ପଞ୍ଚାୟତ ବାଖରାବାଦ ଗ୍ରାମରେ। ରାଜକିଶୋର ମହାପାତ୍ରଙ୍କ ପୁଅ ସୂର୍ଯ୍ୟକାନ୍ତଙ୍କର ମଙ୍ଗଳବାର ଥିଲା ବିବାହ ଉତ୍ସବ। ଶୁକ୍ରବାର ଆୟୋଜିତ ବିବାହ ଭୋଜିରେ ବନ୍ଧୁବାନ୍ଧବ, ଗାଁଲୋକେ ଓ ନିମନ୍ତ୍ରିତ ଅତିଥିଙ୍କ ଭିଡ଼ ଜମିଥିଲା। ସୂର୍ଯ୍ୟକାନ୍ତ ଓ ସ୍ତ୍ରୀ ନର୍ମଦା ଅତିଥିମାନଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ବୁଝାଇବା ସହ ବିଭିନ୍ନ କିସମର ଚାରା ବାଣ୍ଟିଥିଲେ। ଚାରା ଲଗାଇ ଯନତ୍ ନେବାକୁ ନିବେଦନ କରିଥିଲେ। ନବଦମ୍ପତି କହିଛନ୍ତି ସମ୍ପ୍ରତି ଅମ୍ଳଜାନ ଅଭାବକୁ ପୂରଣ କରିବା, ଅବାଧ ଗଛ କଟାକୁ ରୋକିବା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା, ନିୟମିତ ବର୍ଷା ପାଇଁ ସବୁଜ ପରିବେଶ ସୃଷ୍ଟି କରାଗଲେ ପରିବେଶ ସୁରକ୍ଷା ସମ୍ଭବ ବୋଲି ବିବାହଭୋଜିରେ ଚାରା ବାଣ୍ଟିବା ନିଷ୍ପତ୍ତି ନେଇଥିଲୁ। ସୂର୍ଯ୍ୟକାନ୍ତ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବେଳେ ତାଙ୍କ ପନତ୍ୀ ସ୍ବାସ୍ଥ୍ୟ ବିଭାଗରେ ନର୍ସ ଭାବେ ନିଯୁକ୍ତି ପାଇଛନ୍ତି।