ମେଟଲ୍‌ ମିଟ୍‌ ୨୦୨୪: ଗ୍ରାଣ୍ଡ୍‌ ଫିନାଲେକୁ ଗଲେ ସିନିୟର ୮ ଟପ୍‌ ଟିମ୍‌

ଭୁବନେଶ୍ୱର,୩ା୮(ଅସମାପିକା ସାହୁ): ଓଡ଼ିଶାର ଛାତ୍ରୀଛାତ୍ରଙ୍କୁ ବୌଦ୍ଧିକ ପ୍ରତିଯୋଗିତା ପାଇଁ ଏକ ଉତ୍କୃଷ୍ଟ ପ୍ଲାଟ୍‌ଫର୍ମ ଯୋଗାଇଦେବା ଲକ୍ଷ୍ୟରେ ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ମେଗା କୁଇଜ ଇଭେଣ୍ଟ ‘ମେଟଲ୍‌ ମିଟ-୨୦୨୪’ ଶନିବାର ହୋଟେଲ କ୍ରିଷ୍ଟାଲ କ୍ରାଉନରେ ଆୟୋଜିତ ହୋଇଛି।

ଏହି ପ୍ରତିଯୋଗିତାର ସିନିୟର ବିଭାଗର ପ୍ରିଲିମ୍ସ ରାଉଣ୍ଡ ଇତିମଧ୍ୟରେ ଶେଷ ହୋଇଛି। ସିନିୟର ବର୍ଗରେ ମୋଟ୍‌ ୪୨ ଟିମ୍‌ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ୮ଟି ଟିମ୍‌ ଗ୍ରାଣ୍ଡ ଫିନାଲେକୁ ଯାଇଛନ୍ତି। ଏହି ବିଭାଗରେ ଶ୍ରେଷ୍ଠ ୮ ଟିମ୍‌ ଫିନାଲେ ଟିକେଟ ପାଇଛନ୍ତି। ପ୍ରିଲିମ୍ସରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଗ୍ରାଣ୍ଡ୍‌ ଫିନାଲେରେ ପ୍ରବେଶ କରିଛନ୍ତି ଏନ୍‌ଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ୱର, ଏସ୍‌ସିବି ମେଡିକାଲ କଲେଜ କଟକ, ଏନ୍‌ଏଲ୍‌ୟୁ କଟକ, କିଟ୍‌ ଭୁବନେଶ୍ୱର, ଏମ୍ସ ଭୁବନେଶ୍ୱର, ଭିମ୍‌ସାର ବୁର୍ଲା, ନାଇଜର ଖୋର୍ଦ୍ଧା।

ଏଥର ବି ‘ମେଟଲ୍‌ ମିଟ୍‌’ରେ କୁଇଜ୍‌ ମାଷ୍ଟର ଅଜୟ ପୁନିଆ ଛାତ୍ରୀଛାତ୍ରଙ୍କୁ କୁଇଜ୍‌ର ପ୍ରଶ୍ନ ପଚାରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ‘ଓଡ଼ିଶାପୋଷ୍ଟ’ ଏବଂ ‘ଧରିତ୍ରୀ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଛାତ୍ରୀଛାତ୍ରଙ୍କୁ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ସମସ୍ତ ପ୍ରତିଯୋଗୀ ଜଣେ ଜଣେ ବିଜୟୀ ବୋଲି କହିଥିଲେ। ସେହିପରି ‘ଓଡ଼ିଶାପୋଷ୍ଟ’ ଏବଂ ‘ଧରିତ୍ରୀ’ର ସମ୍ପାଦକ ତଥାଗତ ସତପଥୀ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଭାବେ ଓଏମ୍‌ସି, ଇଣ୍ଡିଆନ ଅଏଲ, ନାଲ୍‌କୋ, ଜିନ୍ଦଲ, ଏମ୍‌ସିଏଲ୍‌, ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ, ବେଦାନ୍ତ, ରୁଚି, ବାଜିରାଓ ଆଇଏସ୍‌ ଏକାଡେମୀ, ଇମ୍ଫା, ଶ୍ରୀ ଜଗନ୍ନାଥ ପ୍ରମୋଟର୍ସ ଆଣ୍ଡ୍‌ ବିଲ୍‌ଡର୍ସ, ଫାଲ୍‌କନ ଇୟଲ ଇଷ୍ଟେଟ୍‌, ଫାଭୋ, କାର୍ସିନୋଭା କ୍ୟାନସର ହସ୍ପିଟାଲ, କାନାଡା ବ୍ୟାଙ୍କ୍‌, ଓଡ଼ିଶା ପର୍ଯ୍ୟଟନ, ପାରାଦୀପ ଫସ୍‌ଫେଟ୍‌ ଲିମିଟେଡ୍‌ ରହିଥିବା ବେଳେ ପାର୍ଟନରଶିପ୍‌ ଭାବେ ଅଜନ୍ତା ଆଡଭୋଟାଇଜର୍ସ, ସମାଜବାଦୀ ସୋସାଇଟି, ଧରିତ୍ରୀ, ପଣ୍ଡା ଟ୍ରାଭେଲ୍‌ ମାର୍ଟ, ଓମ୍‌ଫେଡ୍‌ ଏବଂ ଡବ୍ଲ୍ୟୁଇଏଫ୍‌ଇ ଇଣ୍ଟରନେଟ୍‌ ରହିଛନ୍ତି।

Share