Categories: ରାଜ୍ୟ

ରତ୍ନଭଣ୍ଡାର ଖୋଲିବା ନେଇ ସେବାୟତଙ୍କ ବଡ଼ ବୟାନ, ଘରେ ସାଆନ୍ତ ନାହାନ୍ତି ଖୋଲନି ନହେଲେ..

ଭୁବନେଶ୍ୱର,୧୩।୭: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସୁଆର । ସେ କହିଛନ୍ତି, ୧୪ ନୁହେଁ ୨୪ରେ ରତ୍ନଭଣ୍ଡାର ଖୋଲିବା ଉଚିତ। ମହାପ୍ରଭୁଙ୍କ ଫେରିବା ବାଟକୁ ଅପେକ୍ଷା କର । କାରଣ ଘରେ ମୁରବୀ ନାହାନ୍ତି, ସେ ନ ଥିବା ସମୟରେ ତାଙ୍କ ଘରେ ପଶିବାଟା ଠିକ ନୁହେଁ । ଆଉ ଯଦି ଧୈର୍ଯ୍ୟର ସହ ଅପେକ୍ଷା ନ କରି ରତ୍ନଭଣ୍ଡାର ଖୋଲାଯାଏଁ ତେବେ ପରିସ୍ଥିତି ଭଲ ହେବନି ।
ଆଗକୁ ନିଶ୍ଚୟ ବଡ଼ ବିପଦ ମାଡି ଆସିବ ।

ସୂଚନାଥାଉ କି, ରବିବାର ଖୋଲିପାରେ ଜଗନ୍ନାଥଙ୍କ ରତ୍ନଭଣ୍ଡାର । ତେବେ କେମିତି ଖୋଲିବ ରତ୍ନଭଣ୍ଡାର, କିଏ ଯିବେ ଭିତରକୁ ସେନେଇ ଆଜି ଏସଓପି ଆସିବା ପରେ ସ୍ପଷ୍ଟ ହେବ। ଗତ ୯ ତାରିଖରେ ରତ୍ନ ଭଣ୍ଡାର ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲାଯାଇପାରେ ବୋଲି ସୂଚନା ମିଳିଥିଲା।

Share