Categories: ବାଣିଜ୍ୟ

ସେନ୍‌ସେକ୍ସ ୫୩ ହଜାର ସ୍ତର ଟପିଲା

ମୁମ୍ବାଇ: ପ୍ରଥମଥର ଲାଗି ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ୫୩ ହଜାର ପଏଣ୍ଟ ସ୍ତର ଟପିଛି। ବୁଧବାର ସେନ୍‌ସେକ୍ସରେ ୧୯୪ ପଏଣ୍ଟ ବଢ଼ିଥିବା ନଜରକୁ ଆସିଛି। ମେଟାଲ ଫାଇନାନ୍ସ ଏବଂ ବ୍ୟାଙ୍କିଙ୍ଗ ଷ୍ଟକ୍‌ ବଢିବା ଯୋଗୁ ଏଭଳି ସ୍ଥିତି ଦେଖାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣ ଖବର ଶୁଣିବା ପରେ ନିବେଶକମାନେ ଶେୟାର କ୍ରୟ କରିଥିବା ଜଣାପଡିଛି। ମାତ୍ର ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହେବା ଏବଂ ଅନ୍ତର୍ଜାତୀୟ ବଜାର ପ୍ରଭାବିତ ରହିବା ଯୋଗୁ ବଜାରକୁ ବେଶି ଅଭିବୃଦ୍ଧି ମିଳିପାରିନାହିଁ ବୋଲି ଟ୍ରେଡର କହିଛନ୍ତି। ସେନ୍‌ସେକ୍ସ ୦.୩୭% ଊର୍ଦ୍ଧ୍ୱରେ ରହି କାରବାର ବନ୍ଦ ହୋଇଥିବା ବେଳେ ନିଫ୍ଟି ୦.୩୯% ବଢି ୧୫,୮୭୯.୬୫ ପଏଣ୍ଟ ସ୍ତର ଛୁଇଁଛି। ବୁଧବାର ବିଦେଶୀ ପୁଞ୍ଜି ନିବେଶକ ୫୪୩.୩୦ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି।

Share