ନୂଆଦିଲ୍ଲୀ,୧୪।୧: ରେକର୍ଡ ଉଚ୍ଚ ସ୍ତରରେ ରହିବା ପରେ ବୁଧବାର ଭାରତୀୟ ଶେୟାର ବଜାରରେ କିଛିଟା ପ୍ରଭାବ ପଡ଼ିଛି। ଏହି ସମୟରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ(ବିଏସ୍ଇ) ୨୫ ପଏଣ୍ଟ ନିମ୍ନରେ ରହିଛି। ପ୍ରଫିଟ ବୁକିଂ ଏବଂ ବିଶ୍ୱ ବଜାରର ପ୍ରଭାବ ଫଳରେ ଶେୟାର ବଜାରରେ ଏଭଳି ପ୍ରଭାବ ପଡିଛି। କାରବାର ଶେଷ ବେଳକୁ ସେନ୍ସେକ୍ସ ୨୪.୭୯ ପଏଣ୍ଟ ( ୦.୦୫%) ନିମ୍ନରେ ରହି ୪୯,୪୯୨.୩୨ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ଏହାଦିନ ମଧ୍ୟରେ ୪୯,୭୯୫.୧୯ ପଏଣ୍ଟ ସ୍ତର ଛୁଇଁଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ୧.୪୦ ପଏଣ୍ଟ ଉପରେ ରହିଛି। ଏହା ନୂଆ ରେକର୍ଡ ସ୍ତର ୧୪,୫୬୪.୮୫ ସ୍ତରରେ କାରବାର ବନ୍ଦ ହୋଇଛି। ଦିନ ମଧ୍ୟରେ ନିଫ୍ଟି ସର୍ବକାଳୀନ ରେକର୍ଡ ସ୍ତର ୧୪,୬୫୩. ୩୫ ସ୍ତର ଛୁଇଁଥିଲା। ସେନ୍ସେକ୍ସରେ ଏସ୍ବିଆଇ, ଆଇଟିସି, ଏନ୍ଟିପିସି, ଭାରତୀ ଏୟାରଟେଲ ଏବଂ ଓଏନ୍ଜିସି କାରବାର ଉନ୍ନତ ରହିଛି। ସବୁଠାରୁ ଭଲ କାରବାର କରିଥିବା କମ୍ପାନୀ ମଧ୍ୟରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ରହିଥିବା ବେଳେ ଏହାର କାରବାର ପ୍ରାୟ ୬% ବଢିଛି।