ମୁମ୍ବାଇ: ଚଳିତ ସପ୍ତାହର କ୍ରମାଗତ ୩ୟ ଦିନ ଲାଗି ଶେୟାର ବଜାରରେ ଉସତ୍ାହ ବୃଦ୍ଧି ପାଉଛି। କୋଭିଡ କଟକଣା ଓ ଓମିକ୍ରନର ଭୟ ମଧ୍ୟରେ ଷ୍ଟକ ବଜାର କାରବାର ଆଶାନୁରୂପ ଭାବେ ବୃଦ୍ଧି ଘଟିଛି। ବୁଧବାର ଶେୟାର ବଜାରର ସୂଚନା ଅନୁସାରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ର ସେନସେକ୍ସ ୩୬୭.୨୨ ପଏଣ୍ଟ (୦.୬୧%) ବୃଦ୍ଧି ପାଇ ୬୦,୨୨୩.୧୫ ଅଙ୍କରେ ରହିଥିଲା ବେଳେ ନିଫ୍ଟି ୧୨୦ ପଏଣ୍ଟ (୦.୬୭%) ବୃଦ୍ଧି ପାଇ ୧୭,୯୨୫.୨୫ ଅଙ୍କରେ ଶେଷ ହୋଇଛି।