Categories: ଜାତୀୟ

ଆସିଲା ସେପ୍ଟେମ୍ବର ଗାଇଡ୍‌ଲାଇନ୍‌, ଏସବୁ ଉପରେ ଗୁରୁତ୍ୱ ଦେଲେ ସରକାର

ନୂଆଦିଲ୍ଲୀ,୨୮ା୮: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ପାଇଁ କେନ୍ଦ୍ର ସରକାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।  ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଏନେଇ ଚିଠିରେ ଅବଗତ କରାଯାଇଛି। ଆଗକୁ ପାର୍ବଣ ଋତୁ ଥିବାରୁ ଟେଷ୍ଟ, ଟ୍ରାକ୍‌, ଟ୍ରିକ୍‌, ଟିକା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର।

ଦେଶରେ କରୋନା ସଂକ୍ରମଣ ଯଦିଓ କମିଛି ତଥାପି ଦୈନିକ ସଂକ୍ରମଣ ୩୦ରୁ ୪୦ ହଜାର ଭିତରେ ରହୁଛି। ଅନ୍ୟପଟେ ସେପ୍ଟେମ୍ବର ମାସ ଶେଷ ଆଡ଼କୁ କୋଭିଡର ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ତେଣୁ ଗହଳି ଜାଗା ଉପରେ କଟକଣା ପାଳନ କରାଯିବା ସହିତ ଟେଷ୍ଟ୍‌, ଟ୍ରାକ୍‌, ଟ୍ରିଟ, ଟିକା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି।

ଆଗକୁ ପାର୍ବଣ ଋ଼ତୁ ଆସୁଥିବାରୁ ଜନସମାଗମ ହେବାର ଆଶଙ୍କା ରହିଛି। ତେଣୁ ସଂକ୍ରମଣ ସଂଖ୍ୟା ମଧ୍ୟ ବଢ଼ିପାରେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସତର୍କ କରାଇ ଦେଇଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ କଟକଣା ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ଅଗଷ୍ଟ ମାସରେ ଯାହା ସବୁ ଗାଇଡ୍‌ଲାଇନ ଥିଲା ତାହା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି।

Share