ଖୁବ୍‌ଶୀଘ୍ର ଆରମ୍ଭ ହେବ ‘କବୀର ସିଂ’ର ସିକ୍ୱେଲ!

ବଲିଉଡ୍‌ ଅଭିନେତା ସାହିଦ କପୁର ଲୁକ୍‌ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଫିଲ୍ମ‘ କବୀର ସିଂ’ ପରେ ତାଙ୍କର ଲୋକପ୍ରିୟ ଆହୁରି ବଢି ଯାଇଥିଲା। ଫିଲ୍ମଟି ବକ୍ସ ଅଫିସରେ ଧମାଲ କରବା ପରେ ୨୫୦ କୋଟିର କ୍ଲବରେ ସାମିଲ ହୋଇଥିଲା।
ଏହା ସାଉଥ୍‌ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ଅଫିସିଆଲ ରିମେକ୍‌ ଥିଲା। ନିକଟରେ ଏକ ସାକ୍ଷାତକାରରେ ଟି-ସିରିଜ ନିର୍ମାତା ଭୂଷଣ କୁମାରଙ୍କୁ ପଚରାଯାଇଥିଲା ଯେ, ତାଙ୍କର କେଉଁ ଫିଲ୍ମ ଫ୍ରାଞ୍ଚାଇଜରେ ପରିଣତ ହେବା ଉଚିତ, ସେ ହସି ହସି କହିଥିଲେ ଯେ ଫିଲ୍ମ ‘କବୀର ସିଂ’। କାରଣ କବୀର ସିଂ ଏପରି ଏକ ଚରିତ୍ର, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏପରି ପରିସ୍ଥିତିରେ ଏହି ଫିଲ୍ମର ସିକ୍ୱେଲ ବିଷୟରେ ଚିନ୍ତା କରାଯାଇପାରେ। ଖୁବ୍‌ଶୀଘ୍ର ‘କବୀର ସିଂ ୨’ର କାହାଣୀ ଉପରେ କାମ ଆରମ୍ଭ କରିବେ ବୋଲି ସେ କହିଛନ୍ତି।

Share