ଗୁରୁତର କୁକୁର ସୁସ୍ଥ ପରେ ଫେରିଲା

ଜଗତ୍‌ସିଂହପୁର ଅଫିସ, ୨୧ା୭: ଜଗତ୍‌ସିଂହପୁର ଜିଲା ବାଲିକୁଦା ମେଡିକାଲ ରାସ୍ତାରେ ୨୪ା୫ା୨୨ରେ ଏକ ବୁଲା କୁକୁର ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲା। ପିପୁଲ ଫର୍‌ ଆନିମଲ ମୁଖ୍ୟ ମାନେକା ଗାନ୍ଧୀ ଓ ବାଲିକୁଦା ଥାନା ଅନ୍ତର୍ଗତ ନରିଲୋ ଗାଁର ସାଇକ୍ରିଷ୍ଣା ଦାସ ନାମ୍ନୀ ଯୁବତୀଙ୍କ ଯୋଗୁ ଏହା ସମ୍ଭବ ହୋଇଥିଲା। ସେବେଠାରୁ କୁକୁରଟିକୁ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା ସହ ଯତ୍ନ ନିଆଯାଉଥିଲା। କୁକୁରଟି ଏବେ ସୁସ୍ଥ ହୋଇଛି। ଏ ନେଇ ବୁଧବାର ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ଘରବାହୁଡ଼ା ଉତ୍ସବର ଆୟୋଜନ ହୋଇଥିଲା। ଏହି ସମୟର ଦୃଶ୍ୟ ବେଶ୍‌ ହୃଦୟସ୍ପର୍ଶୀ ଥିଲା। ବଡ଼କଥା ହେଲା କୁକୁରଟିକୁ ନିୟନ୍ତ୍ରଣ ପାଇଁ କୌଣସି ରଶି ବନ୍ଧାଯିବା ତ ଦୂରର କଥା ତାଙ୍କୁ ସେବା ଦେଇ ଆସିଥିବା ବରିଷ୍ଠ ଡା. ବିଦ୍ୟାଧର ଶତପଥୀ ଓ କୁଞ୍ଜବିହାରୀ ସ୍ବାଇଁଙ୍କ ସମେତ ଅନ୍ୟମାନଙ୍କୁ ଛାଡ଼ିବାକୁ ଚାହୁଁ ନ ଥିଲା। ପ୍ରଥମେ କୁକୁରକୁ ବିସ୍କୁଟ୍‌ ଦିଆଯାଇଥିଲେ ସୁଦ୍ଧା ସେ ଖାଇ ନ ଥିଲା। ତା’ ମୁଣ୍ଡ ଥାପୁଡାଇ ବୁଝାବୁଝି କରି ଗାଡ଼ିରେ ବସାଇଲା ବେଳେ ତା’ ମୁହଁରୁ ଅନେକ କିଛି ଆଭାସ ବାରିହୋଇ ପଡୁଥିଲା। ଏହି ଦୃଶ୍ୟ ଉପସ୍ଥିତ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ (ସିଡିଭିଓ) ବୀରକିଶୋର ପରିଡ଼ା, ବରିଷ୍ଠ ଡା. ସ୍ବାଇଁ, ଶତପଥୀ, ପ୍ରାଣୀ ମଙ୍ଗଳ ଅଧିକାରୀ ତଥା ଏଡିଭିଓ ଯଦୁନାଥ ପରିଡ଼ା, ଅନ୍ୟ ଡାକ୍ତର, ଆନିମଲ ହେଲ୍ପଲାଇନ୍‌, ପିପୁଲ ଫର୍‌ ଆନିମଲ ସଦସ୍ୟ ଓ ସାଇକ୍ରିଷ୍ଣାଙ୍କ ମା’ କଳ୍ପନା କାନୁନ୍‌ଗୋଙ୍କ ମନରେ ଗଭୀର ରେଖାପାତ କରିଥିଲା। ସମ୍ପ୍ରତି ମଣିଷମାନଙ୍କ ଭିତରେ ନୀତି, ନୈତିକତାର ଘୋର ଅଭାବ ଦେଖାଦେଉଥିବା ବେଳେ କୁକୁରମାନେ କିନ୍ତୁ ସେମାନଙ୍କ ମୌଳିକତା ବଞ୍ଚାଇ ରଖିପାରିଥିବାରୁ ବିଭିନ୍ନ ମହଲରେ ଆଲୋଚନାର ବିଷୟ ହୋଇଛି।

କୁକୁରଟି ଛୋଟ ଥିବାବେଳେ କେହି ତା’ ବେକରେ ବେଲ୍ଟ (ରଶି) ବାନ୍ଧି ଛାଡ଼ି ଦେଇଥିଲେ। କୁକୁରଟି ବଡ଼ ହେବାରୁ ବେକ ମୋଟା ହୋଇଥିଲା, ଯାହାଦ୍ୱାରା ରଶି ଚାପିହୋଇ ବେକରେ କ୍ଷତ ସୃଷ୍ଟି କରିଥିଲା। ଏହା ବେକର ଚାରିପଟେ ୪ ଇଞ୍ଚର ଗଭୀର କ୍ଷତ ସହ ଘା ସୃଷ୍ଟି କରିଥିଲା। ପୋକ ସାଲୁବାଲୁ ହେଉଥିଲେ। ବିକଳରେ କୁକୁରଟି ଚିତ୍କାର କରିବା ସହ ବିଚଳିତ ଅବସ୍ଥାରେ ଏଣେତେଣେ ଧାଉଁଥିଲା। ଏଭଳି ଦୃଶ୍ୟ ବାଲିକୁଦା ମେଡିକାଲ ରାସ୍ତାରେ ଅନେକ ଲୋକ ଦେଖୁଥିଲେ ସୁଦ୍ଧା କେହି ତାକୁ ବଞ୍ଚାଇବାକୁ ଚେଷ୍ଟା କରି ନ ଥିଲେ। କିନ୍ତୁ ଏହି ବ୍ଲକ ଅନ୍ତର୍ଗତ ନରିଲୋ ଗ୍ରାମର ଯୁବତୀ ସାଇକ୍ରିଷ୍ଣା ୟୁଜିସି ନେଟ୍‌ ଫର୍ମ ପୂରଣ ପାଇଁ ସେଠାକୁ ଯାଇଥିବାବେଳେ ଏହା ଦେଖି ସେ ବିଚଳିତ ହୋଇପଡ଼ିଥିଲେ। ଉଦ୍ଧାର ପାଇଁ ଷ୍ଟ୍ରିଟ୍‌ ଆନିମଲ ଲଭର୍‌ ନାମକ ଫେସବୁକ୍‌ ଗ୍ରୁପ୍‌ରେ ପୋଷ୍ଟ କରି ସହଯୋଗ ନ ପାଇବାରୁ ଏହି ଗ୍ରୁପ୍‌ରେ ଥିବା ବାନ୍ଧବୀ ରଶ୍ମିରେଖାଙ୍କ ସହ ଫୋନ୍‌ରେ ଯୋଗାଯୋଗ କରି ସବୁକଥା କହିଥିଲେ। ରଶ୍ମିରେଖା ପ୍ରଥମେ ଭୁବନେଶ୍ୱରସ୍ଥିତ ପିପୁଲ ଫର୍‌ ଆନିମଲ କର୍ମକର୍ତ୍ତା ଓ ପରେ ମାନେକା ଗାନ୍ଧୀଙ୍କୁ ମେଲ୍‌ରେ ମେସେଜ୍‌ କରିବାରୁ ଆଶ୍ୱାସନା ମିଳିଥିଲା। ମାନେକା ତୁରନ୍ତ ଜଗତ୍‌ସିଂହପୁର ସିଡିଭିଓଙ୍କୁ ଫୋନ୍‌ କରି କୁକୁରଟିକୁ ଉଦ୍ଧାର ସହ ଚିକିତ୍ସା କରିବାକୁ କହିଥିଲେ। ତା’ ପରେ ସିଡିଭିଓଙ୍କ ନିର୍ଦ୍ଦେଶରେ କୁକୁରଟିକୁ ଉଦ୍ଧାର ପାଇଁ ପଦକ୍ଷେପ ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri