ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୩।୫: ମଙ୍ଗଳବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି ୧୨ ଫୁଟିଆ ଧଉରା କାଠ ରଖାଯାଇଛି। ଅନ୍ୟପଟେ ଆଜି ପୁରୀରେ ସପ୍ତମ ପର୍ଯ୍ୟାୟ ରଥକାଠ ପହଞ୍ଚିଛି।
ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡରୁ ୩୨ ଖଣ୍ଡ ରଥକାଠ ଆସି ପୁରୀରେ ପହଞ୍ଚିଛି । ସେଥିମଧ୍ୟରୁ ୨୦ ଫୁଟିଆ ୧୯ଟି, ୧୨ ଫୁଟିଆ ୩ଟି, ୪୦ ଫୁଟିଆ ୧୦ ଖଣ୍ଡ ରଥକାଠ ଅଛି।

Share