ଲକ୍‌ଡାଉନରେ ଚାଲିଥିଲା ସେକ୍ସ ର଼୍ୟାକେଟ: ୨ ବିଦେଶୀ ମହିଳାଙ୍କ ସମେତ ୧୨ ଗିରଫ

ନୂଆଦିଲ୍ଲୀ,୨୫।୭-ଲାକଡାଉନରେ ଚାଲିଥିଲା ସେକ୍ସ ର଼୍ୟାକେଟ। ନୂଆଦିଲ୍ଲୀ ମାଲରୋଡସ୍ଥିତ ଏକ ସ୍ପା ସେଣ୍ଟରରେ ସେକ୍ସ ର଼୍ୟାକେଟ ଚାଲିଥିବାବେଳେ ଗୁରୁବାର ରାତିରେ ପୋଲିସ ଚଢାଉ କରି ୧୨ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୨ ଉଜବେକିସ୍ଥାନର ଯୁବତୀ, ଦିଲ୍ଲୀର ଜଣେ ଯୁବତୀଙ୍କ ସମେତ ୯ ଜଣ ପୁରୁଷ ରହିଛନ୍ତି।
ଏସିପି(ଉତ୍ତର) ସରବ୍‌ଜିତ୍‌ ସିଂ କହିଛନ୍ତି, ଲିଜରେ ନିଆଯାଇଥିବା ଏକ ସ୍ପା ସେଣ୍ଟରରେ ସେକ୍ସ ର଼୍ୟାକେଟ ଚାଲିଥିବା ସଦର ଷ୍ଟେଶନ ହାଉସ ଅଫିସର ପରଭେନ କୁମାର ସୂଚନା ପାଇଥିଲେ। ପରେ ପରଭେନଙ୍କ ନେତୃତ୍ୱରେ ଏକ ଟିମ୍‌ ଉକ୍ତ ସ୍ପା ସେଣ୍ଟରରେ ଚଢାଉ କରି ଗିରଫ କରିଥିଲେ। ପୋଲିସ ୧୨ ଗିରଫ ଅଭିଯୁକ୍ତଙ୍କ ସମେତ ମ୍ୟାନେଜରଙ୍କ ବିରୋଧରେ ଇମୋରାଲ ଟ୍ରାଫିକ ଆକ୍ଟ ୧୯୫୬ ଅନୁସାରେ ମାମଲା ରୁଜୁ କରିଛି। ମ୍ୟାନେଜର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି।

Share