୪୨ କର୍ମଚାରୀଙ୍କ ସହ ଜାହାଜ ବୁଡ଼ିଲା

ଟୋକିଓ,୪ା୯:୫,୮୦୦ ଗାଈ ଓ ୪୨ କର୍ମଚାରୀଙ୍କୁ ନେଇ ଚାଇନା ଯାଉଥିବା ଏକ ଜାହାଜ ଜାପାନ ଉପକୂଳରେ ବୁଡ଼ିଯାଇଛି। ବୁଡ଼ିଯିବା ପୂର୍ବରୁ ଉକ୍ତ ଜାହାଜ ବିପଦରେ ଥିବା ନେଇ ସୂଚନା ପଠାଇଥିଲା। ବିପଦର କାରଣ ଜଣାପଡି ନ ଥିଲେ ହେଁ ଝଡ଼ତୋଫାନ ଯୋଗୁ ଉକ୍ତ ଅଞ୍ଚଳର ସମୁଦ୍ର ଅଶାନ୍ତ ଥିଲା ବୋଲି କୁହାଯାଉଛି। ଗୁରୁବାର ଜାପାନ ଉଦ୍ଧାରକାରୀ ଦଳ ପକ୍ଷରୁ ତଲାସି ଜାରି ରହିଛି। ବୁଧବାର ବିଳମ୍ବିତ ରାତିରେ ଜଣେ ଜାହାଜ କର୍ମଚାରୀଙ୍କୁ ଜାପାନ ନୌସେନାର ପି-୩ସି ଗୋଇନ୍ଦା ବିମାନ ଠାବ କରିବା ପରେ ଉଦ୍ଧାର କରିଛି। ସେ ଲାଇଫ୍‌ ଭେଷ୍ଟ ପିନ୍ଧିଥିଲେ। ଜାହାଜ ବୁଡ଼ିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସେ କହିଛନ୍ତି। ପୂର୍ବ ଚାଇନା ସାଗରର ଅମାମି ଓଶିମା ପଶ୍ଚିମ ଭାଗରେ ଜାହାଜ ଥିବାବେଳେ ବିପଦ ସମ୍ପର୍କରେ ସୂଚନା ପଠାଇଥିଲା। ଜାହାଜରେ ଫିଲିପାଇନ୍ସରୁ ୩୮, ନ୍ୟୁଜିଲାଣ୍ଡରୁ ୨ ଏବଂ ଅଷ୍ଟେଲିଆରୁ ୨ ଜଣ କର୍ମଚାରୀ ଥିଲେ।

Share