Categories: ଜାତୀୟ

ଜାହାଜ ଇଞ୍ଜିନ ରୁମ୍‌ରେ ଲାଗିଲା ନିଆଁ: ୩ ଯାତ୍ରୀ ନିଖୋଜ

ମହାରାଷ୍ଟ୍ର,୧୩।୨: ମୁମ୍ବାଇ ଉପକୂଳ ନିକଟରେ ଥିବା ଏକ ଜାହାଜ ଇଞ୍ଜିନ୍‌ ରୁମ୍‌ରେ ନିଆଁ ଲାଗିଯିବାରୁ ଜଣେ ବ୍ୟକ୍ତିଙ୍କ ଦେହରେ ନିଆଁ ଲାଗିଯାଇଛି। ସଂପୃକ୍ତ ବ୍ୟକ୍ତିଙ୍କୁ ହେଲିକପ୍ଟର ଯୋଗେ ଡାକ୍ତରଖାନା ନିଆଯାଇଛି। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଜାହାଜରେ ଥିବା ଆଉ ୩ ଜଣ ଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି। ଏହି ଘଟଣା ଶନିବାର ସକାଳେ ଘଟିଛି। ବର୍ତ୍ତମାନ ଜାହାଜର ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନାଯୋଗ୍ୟ, ଆଜି ସକାଳେ ମୁମ୍ବାଇ ହାଇ ନର୍ଥ ତୈଳକ୍ଷେତ୍ର ନିକଟରେ ଥିବା ଗ୍ରେଟଶିପ୍‌ ’ରୋହିଣୀ’ ଜାହାଜର ଇଞ୍ଜିନ ରୁମ୍‌ରେ ନିଆଁ ଲାଗି ଯାଇଥିଲା। ଏହା ମୁମ୍ବାଇ ଉପକୂଳଠାରୁ ୧୬୦ କିଲୋମିଟର ଦୂର ଆରବ ସାଗରରେ ଅବସ୍ଥିତ। ତୈଳକ୍ଷେତ୍ର ପରିଚାଳନା ପାଇଁ ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ ଦାୟୀ ଅଟେ। ନିଆଁ ଲାଗିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

Share