‘ଆଦିପୁରୁଷ’ର ଶୁଟିଂ ଶେଷ

 

ମୁମ୍ବାଇ: ଖୁବଶୀଘ୍ର ରିଲିଜ୍‌ ହେବାକୁ ଯାଉଛି ନିର୍ଦ୍ଦେଶକ ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆଦିପୁରୁଷ’ । ଫିଲ୍ମ ନିର୍ଦ୍ଦେଶକ ଫିଲ୍ମର ଶୁଟିଂ ଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି। ତେବେ ଆସନ୍ତା ବର୍ଷ ଅଗଷ୍ଟ ୨୨ରେ ଏହା ରିଲିଜ୍‌ ହେବା ନେଇ ଆଶା କରାଯାଉଛି ।

ଏହି ଫିଲ୍ମରେ ପ୍ରଥମ ଥର ପାଇଁ ସାଉଥ ସୁପରଷ୍ଟାର୍‌ ପ୍ରଭାସଙ୍କ ସହ ସୈଫ ଅଲ୍ଲୀ ଖାନ ଓ କ୍ରିତି ସାନନ୍‌ ନଜର ଆସିବେ। ଏଥିପାଇଁ ଦର୍ଶକ ବେଶ୍‌ ଉତ୍କଣ୍ଠା ସହ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କୁ ରାମଙ୍କ ଭୂମିକାରେ ଦେଖିବାକୁ ମିଳିବ। ସେହିପରି ସୈଫ ଅଲ୍ଲି ଖାନଙ୍କୁ ରାବଣ ଏବଂ କ୍ରିତି ସାନନ୍‌ଙ୍କୁ ସୀତା ଭୂମିକାରେ ଦେଖିବାକୁ ମିଳିବ।

ତେବେ ଦୀର୍ଘ ୧୦୩ ଦିନର ଯାତ୍ରା ପରେ ଏବେ ଶୁଟିଂ ଶେଷ ହୋଇଛି ଏବଂ ଏହି ଯାତ୍ରା ବହୁତ ଭଲ ଥିଲା ବୋଲି ଫିଲ୍ମର ନିର୍ଦ୍ଦେଶକ ଓମ ରାଉତ ସୋସିଆଲ ମିଡିଆରେ ମତ ଦେଇଛନ୍ତି। ଏହି ଫିଲ୍ମଟି ୪୦୦ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ହୋଇଛି । ଯାହା ୪ଟି ଭାଷା ହିନ୍ଦୀ ତଥା ତେଲୁଗୁ, ତାମିଲ,ମାଲାୟାଲମ ଏବଂ କନ୍ନଡରେ ରିଲିଜ୍‌ ହେବ ।

Share