ଭାଗ୍ୟର ବିଡ଼ମ୍ବନା: ଗ୍ରାହକ ଉପରେ ଭୁଶୁଡ଼ିଲା ଦୋକାନ ଛାତ

ଜଳେଶ୍ୱର, ୨୦।୬: ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲଟି ୧ ନମ୍ବର ୱାର୍ଡ଼ ଝାଡ଼େଶ୍ୱରପୁର ସ୍କୁଲ ସାମ୍ନା ଏକ ପାଉଁରୁଟି ଦୋକାନ ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ ଗ୍ରାହକଙ୍କ ମୃତ୍ୟୁ ହୋଇଛି। ଏହାସହ ଘରମାଲିକ ସେକ୍‌ ଆଲ୍ଲାଉଦ୍ଦିନ ଆହତ ହୋଇଛନ୍ତି। ମୃତକ ହେଲେ ରୂପ୍‌ସା ଅଞ୍ଚଳର ଦୟାନିଧି ସାହୁ(୪୦)।
ଦୟାନିଧି ଜଳେଶ୍ୱର ଷ୍ଟେଶନ ବଜାର ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଏକ ଉଠାଦୋକାନ କରିଥିଲେ ା ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଥିବାରୁ ସେ ନିଜ ସାଇକେଲରେ ଗାଁକୁ ଗାଁ ବୁଲି ଛଣା ଜିନିଷ ବିକ୍ରି କରିଆସୁଥିଲେ। ରବିବାର ଦୟାନିଧି ପାଉଁରୁଟି ନେବା ପାଇଁ ଦୋକାନକୁ ଯାଇଥିବା ବେଳେ ଘର ଛାତ ହଠାତ୍‌ ଭୁଶୁଡି ପଡ଼ିଥିଲା। ଫଳରେ ସେ ଗୁରୁତର ହୋଇ ପଡିଥିଲେ ା ପ୍ରଥମେ ତାଙ୍କୁ ଜିକେଭଟ୍ଟର ହସ୍ପିଟାଲ ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ବ୍ୟବଚ୍ଛେଦ ଲାଗି ରୂପ୍‌ସା ହସ୍ପିଟାଲ ପଠାଯାଇଛି। ଦୟାନିଧିଙ୍କ ମୃତ୍ୟୁରେ ସ୍ତ୍ରୀ ଓ ୨ ଝିଅ ଅସହାୟ ହୋଇପଡିଛନ୍ତି। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

Share