ବ୍ରହ୍ମପୁର ଅଫିସ,୧୩ା୧: ବଡବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗରରେ ଏକ ହାର୍ଡୱେର ଦୋକାନରୁ ଚୋରି କରି ଧରାପଡିବା ଭୟରେ ଦୋକାନୀଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ହତ୍ୟା ଧମକ ଦେଇଛନ୍ତି। ଏ ନେଇ ଦୋକାନୀ ବି. ତ୍ରିମୁଲା ରାଓଙ୍କ ସ୍ତ୍ରୀ ବବିରାଣୀ ସୁବୁଦ୍ଧି ଥାନାରେ ଅଭିଯୋଗ କରିଛନ୍ତି। ତ୍ରିମୁଲାଙ୍କର ଶ୍ରୀରାମନଗରରେ ଏକ ହାର୍ଡୱେର ଦୋକାନ ଅଛି। ସେଠାରେ ତାଙ୍କର ଜଣେ ସମ୍ପର୍କୀୟ କାମ କରୁଥିଲେ। ଦୋକାନରୁ ସେ କିଛି ସାମଗ୍ରୀ ଚୋରି କରୁଥିବା ତ୍ରିମୁଲା ଜାଣିବା ପରେ ତାଙ୍କୁ ପଚାରିଥିଲେ। ସମ୍ପକୀୟ ଜଣକ ଏଥିରେ ଉତ୍କ୍ଷୀପ୍ତ ହୋଇ କିଛି ସହଯୋଗୀଙ୍କୁ ନେଇ ତ୍ରିମୁଲାଙ୍କ ଘରେ ପହଞ୍ଚି ଗାଳିଗୁଲଜ କରିଥିଲେ। ବବିରାଣୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ବଟି ମାଗିବା ସହ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ। ଏ ନେଇ ଥାନାରେ ଅଭିଯୋଗକ୍ରମେ ପୋଲିସ ୭/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।