ଦୋକାନୀଙ୍କ ମନମାନି, ପଞ୍ଚାୟତର ଅଙ୍କୁଶ ନାହିଁ

ରିଷିଡ଼ା,୨୯।୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବୃହତ ବ୍ୟବସାୟୀଙ୍କ ପେଣ୍ଠସ୍ଥଳୀ ରିଷିଡା ନାନା ଅବ୍ୟବସ୍ଥାରେ ଚାଲିଛି। ପଞ୍ଚାୟତ ପକ୍ଷରୁ ପ୍ରଦାନ କରାଯାଇଥିବା ଦୋକାନ ଗୃହ ପାଇଥିବା ଦୋକାନୀମାନେ ମନଇଚ୍ଛା ଦୋକାନ ଗୃହ ରାସ୍ତା ଆଗକୁ ନିର୍ମାଣ କରୁଛନ୍ତି। ଫଳରେ ରିଷିଡା, ମ.ରାମପୁର ରାସ୍ତା ସଙ୍କୁଚିତ ହୋଇ ଅଣଓସାରିଆ ହୋଇପଡିଛି। ସା ସମୟରେ ଏହି ରାସ୍ତା ଦୁଇଟି ବାଇକ ମଧ୍ୟ ଯାତାୟାତ କରିବାରେ ଅସୁବିଧା ହେଉଛି। ରିଷିଡା ପଞ୍ଚାୟତ ପକ୍ଷରୁ ରିଷିଡା ମୁଖ୍ୟରାସ୍ତା କଡ଼ରେ ଦୋକାନ ଗୃହ ଭଡ଼ାରେ ଦିଆଯାଇଛି। ଏହି ଦୋକାନ ଘର ଭଡ଼ା ମାସିକ ୧୦୦୦ ଟଙ୍କା ଥିବାବେଳେ ବର୍ତ୍ତମାନ ସିସ୍କୁରିଟି ଟଙ୍କା ରହିଛି। ପ୍ରଥମେ ଜଣେ ଦୋକାନୀ ନିଜ ଦୋକାନ ବାରଣ୍ଡା ସହ ରାସ୍ତା ଆଗକୁ ଟିଣ ଚଦରରେ ଆଗକୁ ବଢାଇଛନ୍ତି। ଏହାକୁ ଦେଖି ଆଉ କେତେଜଣ ଦୋକାନୀ ଏହି ଭଳି କରିଛନ୍ତି। କିନ୍ତୁ ପଞ୍ଚାୟତ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ରାସ୍ତା ସଙ୍କୁଚିତ ହୋଇଯାଉଛି। ସେହିପରି ଚଳିତ ବର୍ଷ ବସଷ୍ଟାଣ୍ଡରେ ହୋଟେଲ ଦୋକାନ ଗୃହ ଆବଣ୍ଟନ କରାଯାଇଛି। ପୂର୍ବରୁ ସେହି ଦୋକାନୀମାନେ ସେଠାରେ ଘରଭଡ଼ା ଦେଇ ଦୋକାନ ଦେଇଥିଲେ। ଯେତେବେଳେ ନୂତନ ଦୋକାନ ଗୃହ ନିର୍ମାଣ ହେଲା ସେତେବେଳେ ସେହି ହୋଟେଲ ଦୋକାନୀ ଗୃହ ଆବଣ୍ଟନ କରାଗଲା। ଏହି ହୋଟେଲର ଦୋକାନୀମାନେ ନିଜ ଦୋକାନରେ ସାମଗ୍ରୀ ରଖିବା ସହ ବସଷ୍ଟାଣ୍ଡ ରାସ୍ତାରେ ସାମୂହିକ ଦୋକାନ ଚାଲୁ ରଖୁଛନ୍ତି। ଫଳରେ ଦୋକାନ ଯୋଗୁ ଅଳିଆ ଆବର୍ଜନା ମହିଳା ପାଣି ପୂର୍ତ୍ତି ହୋଇ ଦୁର୍ଗନ୍ଧ ସୃଷ୍ଟି କରିଛି। ବିଶେଷ କରି ଶନିବାର ହାଟ ପାଳିରେ ଏହି ରାସ୍ତାରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ରିଷିଡା ସରପଞ୍ଚ ସେବତୀ ରଣାଙ୍କୁ ପଚାରିବାରୁ ସେ କହିଲେ ବାରମ୍ବାର କହିଲେ ମଧ୍ୟ କେହି ମାନୁନାହାନ୍ତି । ଯଦି ଆଗାମୀ ଦିନରେ ନ ମାନନ୍ତି ତେବେ ଉଚିତ କାର୍ଯ୍ୟାନୁଷ୍ଠାନ ପଞ୍ଚାୟତ ପକ୍ଷରୁ ନିଆଯିବ ବୋଲି କହିଛନ୍ତି। ରାସ୍ତାରେ ଯାଉଥିବା ଲୋକମାନଙ୍କୁ ପଚାରିବାରୁ ନିଜ ଷ୍ଟଲରେ ନ କରି ରାସ୍ତାକଡ଼ରେ କରିଥିବାରୁ ଯିବାଆସିବାରେ ଅସୁବିଧା ହେଉଛି ଏବଂ ଆବର୍ଜନା ପଡ଼ିରହିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri