ବର୍ଷର ସବୁଠାରୁ ଛୋଟ ଦିନ ହେବ ଡିସେମ୍ବର ୨୨

ଭୁବନେଶ୍ୱର,୨୧।୧୨(ଅସମାପିକା ସାହୁ): ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତ ଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ। ଏହି ଦିନ ବର୍ଷର ସବୁଠାରୁ ଛୋଟ ଦିନ ବୋଲି ବିବେଚନା କରାଯାଏ। ଏ ବର୍ଷ ଡିସେମ୍ବର ୨୨ ତାରିଖରେ ଦିନ ସବୁଠାରୁ ଛୋଟ ହେବ। ଦିନ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍‌ ୨୪ ସେକେଣ୍ଡ ଏବଂ ରାତି ୧୩ ଘଣ୍ଟା ୫ ମିନିଟ୍‌ ୩୬ ସେକେଣ୍ଡ ହେବ।

ଜ୍ୟୋତିର୍ବିଜ୍ଞାନଙ୍କ ମତରେ ଶୀତ ଦିନ ଆରମ୍ଭ ହୁଏ ବର୍ଷର ଏହି ଛୋଟ ଦିନରୁ ଏବଂ ଧିରେ ଧିରେ ଦିନଗୁଡିକ ଅଧିକରୁ ଅଧିକ ଲମ୍ବା ହୁଏ। ମେରୁ ନିକଟବର୍ତ୍ତୀ ଅଞ୍ଚଳରେ ବର୍ଷସାରା ଦିନର ଦୈର୍ଘ୍ୟରେ ବଡ଼ ପାର୍ଥକ୍ୟ ଅନୁଭୂତ ହୁଏ। ସେଠାରେ ଶୀତ ଋତୁରେ ଦିନଗୁଡିକ ଅତ୍ୟନ୍ତ ଛୋଟ ହୁଏ।

Share