ସବୁଠାରୁ ଛୋଟ ଦିନ

ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ। ଏହି ଦିନଟି ଉତ୍ତର ଗୋଲାର୍ଦ୍ଧରେ ବର୍ଷର ‘ସବୁଠାରୁ ଛୋଟ ଦିନ’ ହୋଇଥାଏ। ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଶୀତଦିନ ଆରମ୍ଭ ହୁଏ ବର୍ଷର ଏହି ସବୁଠାରୁ ଛୋଟ ଦିନରୁ ଓ ଧିରେ ଧିରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ବ ହୁଏ। ମାର୍ଚ୍ଚରେ ବସନ୍ତର ଆଗମନକୁ ସୂଚାଇଥାଏ। ଦିନ ଓ ରାତିର ଅବଧି ପାଖାପାଖି ସମାନ ହୁଏ। ମେରୁ ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ବର୍ଷ ସାରା ଦିନର ଦୈର୍ଘ୍ୟରେ ବଡ଼ ପାର୍ଥକ୍ୟ ଅନୁଭୂତ ହୁଏ। ସେଠାରେ ଶୀତଋତୁରେ ଦିନଗୁଡ଼ିକ ଅତ୍ୟନ୍ତ ଛୋଟ ହୁଏ।

ଡିସେମ୍ବର ୨୨ ଓ ୨୩ରେ ଓଡ଼ିଶାର ସୁନ୍ଦରଗଡ଼, ମାଲକାନଗିରିରେ ଦିନର ଲମ୍ବ ଯଥାକ୍ରମେ ୧୦ ଘଣ୍ଟା ୪୭ ମିନିଟ୍‌ ଏବଂ ୧୧ ଘଣ୍ଟା ୧ ମିନିଟ୍‌ ହେବ। ସେହିପରି ଭୁବନେଶ୍ୱରରେ ଦିନର ଲମ୍ବା ମାତ୍ର ୧୦ ଘଣ୍ଟା ୫୪ ମିନିଟ୍‌ ରହିବ। ଡିସେମ୍ବର ୨୨ ଓ ୨୩ରେ ଦିଲ୍ଲୀ ଏବଂ କନ୍ୟାକୁମାରୀଠାରେ ଦିନର ଲମ୍ବା ଯଥାକ୍ରମେ ୧୦ ଘଣ୍ଟା ୧୯ ମିନିଟ୍‌ ଏବଂ ୧୧ ଘଣ୍ଟା ୩୯ ମିନିଟ୍‌ ହେବ।

Share