‘ଓସ୍କାର ୨୦୨୨’ ପାଇଁ ସର୍ଟଲିଷ୍ଟ ହେଲା ଜୟ ଭୀମ

ମୁମ୍ବାଇ: ଟିଜେ ଜାନାଭେଲଙ୍କ ନିର୍ଦ୍ଦେଶିତ ସୁରିଆର ଜୟ ଭୀମ ନଭେମ୍ବର ୨୦୨୧ରେ ସିଧାସଳଖ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍‌ ହୋଇଥିଲା। ତେବେ ଏହି ଫିଲ୍ମଟି ଓସ୍କାର ୨୦୨୨ରେ ବେଷ୍ଟ ଫିଚର ଫିଲ୍ମ ପାଇଁ ସର୍ଟଲିଷ୍ଟ ହୋଇଛି। ଜୟ ଭୀମଙ୍କ ସହ ମୋହନଲାଲଙ୍କ ମାରାକର: ଆରବିକଡାଲିଣ୍ଟେ ସିମ୍‌ହମ ମଧ୍ୟ ସର୍ଟଲିଷ୍ଟରେ ସ୍ଥାନ ପାଇଛି। ତେବେ ଫେବୃୟାରୀ ୮ରେ ଏହାର ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଜୟ ଭୀମ ୨୦୨୧ରେ ସର୍ବୋତ୍ତମ ତାମିଲ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ଏହି ଫିଲ୍ମରେ ସୁରିଆ, ଲିଜୋମୋଲ ଜୋସେ ଏବଂ ମାଣିକନ୍ଦନ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ସମଗ୍ର ବିଶ୍ୱରେ ସର୍ଟଲିଷ୍ଟ ହୋଇଥିବା ୨୭୬ ଫିଲ୍ମ ମଧ୍ୟରୁ ଜୟ ଭୀମ ଏବଂ ମାଲାୟାଲମ ଫିଲ୍ମ ମାରାକର: ଆରବିକଡାଲିଣ୍ଟେ ସିମ୍‌ହମ ଭାରତରୁ ମନୋନୀତ ହୋଇଛି ।

Share