୧୨ ବର୍ଷ ପରେ ଫେରୁଛି ଏହି ଶୋ’, ସଲମାନଙ୍କୁ ଦେବ ଟକ୍କର

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଶୋ’ ବିଗ ବସ୍‌ ସିଜନ-୧୭କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅଙ୍କିତା ଲୋଖଣ୍ଡେ ଏବଂ ୟୁଟ୍ୟୁବର୍‌ ଅରମାନ ମଲିକଙ୍କ ନାମ ଏହି ଶୋ’ରେ ଫାଇନାଲ ପ୍ରତିଯୋଗୀ ଭାବରେ ନାମ ପ୍ରାୟ ଚୂଡ଼ାନ୍ତ ବୋଲି କୁହାଯାଉଛି। ବର୍ତ୍ତମାନ ସୋନି ଟିଭି ଏହାର ପ୍ରସିଦ୍ଧ ଡ୍ୟାନ୍ସ ଶୋ’ର ନାମ ଘୋଷଣା କରିଛି। ଯାହା ସଲମାନଙ୍କ ଶୋ’ ପାଇଁ ଏକ ବଡ଼ ସମସ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ସଲମାନଙ୍କ ବିବାଦୀୟ ରିଆଲିଟି ଶୋ’ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୋନି ଟିଭି ନିଜର ଏକ ଡ୍ୟାନ୍ସ ରିୟାଲିଟି ଶୋ’ ସହିତ ଆସୁଛି, ଯାହାର ଝଲକ ଆପଣ କଲର୍ସରେ ଦେଖିଥିବେ।

ସଲମାନଙ୍କ ବିଗ୍‌ବସ୍‌-୧୭ର ନିର୍ମାତା ନିକଟରେ ଘୋଷଣା କରିଥିଲେ। ଏହି ଶୋ’ର ପ୍ରୋମୋ କିଛି ଦିନ ପୂର୍ବରୁ ରିଲିଜ ହୋଇଛି। ଯେଉଁଥିରେ ସଲମାନ ତାଙ୍କ ହୃଦୟ, ମନ ଏବଂ ଶକ୍ତି ବିଷୟରେ କଥା ହେଉଥିବା ଦେଖାଯାଏ।

ପ୍ରୋମୋ ରିଲିଜ ହେବାର କିଛି ଦିନ ପରେ ସୋନି ଟିଭି ଏହାର ଡ୍ୟାନ୍ସ ରିୟାଲିଟି ଶୋ’ର ନାମ ଘୋଷଣା କରିଛି। ବୁଧବାର ଏହାର ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ‘ଝଲକ ଦିଖଲା ଯା’ର ଏକ ଝଲକ ବି ଶେୟାର କରିଛି।

ଏଥିରେ କ୍ୟାପଶନ ଲେଖାଯାଇଛି, ଡ୍ୟାନ୍ସର ପ୍ରକୃତ ଧମାଲ ହେବ, ୧୨ବର୍ଷ ପରେ ‘ଝଲକ ଦିଖ୍‌ଲା ଯା’ର ଯାଦୁ ସୋନି ମଞ୍ଚରେ କେବଳ ସୋନି ଏଣ୍ଟରଟେନମେଣ୍ଟ୍‌ ଟେଲିଭିଜନରେ ଦେଖାଯିବ। ‘ଝଲକ ଦିଖ୍‌ଲା ଯା’ ଭାରତରେ ନିଜ ଘରକୁ ଫେରୁଛି ବୋଲି ଲେଖାଯାଇଛି।

Share