ଶୋ’ ରଣବୀର ଭର୍ସେସ ୱାଇଲ୍ଡ ୱିଥ ବିୟର ଗ୍ରିଲ୍ସକୁ ମିଳିଲା ପ୍ରଶଂସକଙ୍କ ଭଲପାଇବା

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂ ଏବେ ଶୋ’ ରଣବୀର ଭର୍ସେସ ୱାଇଲ୍ଡ ୱିଥ ବିୟର ଗ୍ରିଲ୍ସକୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚାରେ । ଏହି ଶୋ’କୁ ଦର୍ଶକେ ଖୁବ୍ ପସନ୍ଦ କରୁଛନ୍ତି । ନିକଟରେ ଅଭିନେତା ଏହାକୁ ନେଇ ତାଙ୍କ ଖୁସି ପ୍ରକାଶ କରିଛନ୍ତି । ସବୁ ଶୋ’ ଭଳି ଏହି ଶୋ’ରେ ବି ଅଭିନେତା ଦର୍ଶକଙ୍କୁ ଏଣ୍ଟରଟେନ କରୁଛନ୍ତି । ଏହାସହ ଶୋ’ରେ ରଣବୀରଙ୍କ ଷ୍ଟଣ୍ଟ ଓ ସାହସ ବି ଦେଖିବାକୁ ମିଳିଛି । ନିକଟରେ ଏହି ଶୋ’କୁ ନେଇ ରଣବୀର କଥା ହେବା ସହ ଖୁସି ପ୍ରକାଶ କରିଛନ୍ତି ଆଉ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି ଯେ ଏହାକୁ ଦର୍ଶକେ ଏତେ ପସନ୍ଦ କରିଛନ୍ତି ।

ନିକଟରେ ରଣବୀର ଭର୍ସେସ ୱାଇଲ୍ଡ ୱିଥ ବିୟର ଗ୍ରିଲ୍ସ ପ୍ରସାରିତ ହେବା ପରେ ଖୁସି ପ୍ରକାଶ କରିଛନ୍ତି ଅଭିନେତା । ତେବେ ଶୁଟିଂ ସମୟରେ ସେ ଖୁବ୍ ଏନଜୟ କରିଥିବା କହିଛନ୍ତି । କିନ୍ତୁ ଏହି ଶୋ’କୁ ସାରା ବିଶ୍ୱରେ ଏତେ ଭଲପାଇବା ମିଳିବ ବୋଲି ସେ କେବେ ଚିନ୍ତା କରି ନ ଥିବା କହିଛନ୍ତି । ଏଥିପାଇଁ ସେ ଦର୍ଶକଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିରେ ରଣବୀରଙ୍କ ବାଗୀ ଅନ୍ଦାଜ ଦର୍ଶକଙ୍କ ମନକୁ ଛୁଇଁଛି ।

Share