Advertisement
Categories: ଦେବଗଡ଼

ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଦେବଗଡ଼,୨୧ା୧୨(ଡ଼ି.ଏନ୍‌,ଏ.)- ରବିବାର ପୂର୍ବହ୍ନ ୧୦ଟା୩୦ରେ ସ୍ଥାନୀୟ କ୍ଲବ ଗୃହଠାରେ କୋଭିଡ଼-୧୯ ନିୟମକୁ ପାଳନ କରି ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦ ନିରାଡ଼ମ୍ବର ଭାବରେ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି। ଉତ୍ସବରେ ସଂସଦର ଉପ-ସଭାପତି ନିରନ ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଡ଼ା. ଇଳାସିନୀ ଦ୍ୱିବେଦୀ ଯୋଗ ଦେଇଥିବାବେଳେ ଉପଦେଷ୍ଠା ହରପ୍ରସାଦ ନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ। ସଂସଦର ସଭାପତି ଡ଼.ପଦ୍ମନାଭ ସାହୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଭୁବନେଶ୍ୱର ତରଫରୁ ସାରସ୍ବତ ସାଧକ ଭାବରେ ସମ୍ବର୍ଦ୍ଧିକ ହୋଇଥିବାରୁ ସଂସଦ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଉକ୍ତ ଉତ୍ସବରେ ସମ୍ପାଦକ ଜିତରନ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଯୁଗ୍ମ-ସମ୍ପାଦକ ଡ଼. ଭାରତ ଭୂଷଣ ନନ୍ଦ ସହଯୋଗ କରିଥିଲେ । ଉପସଭାପତି ରାମଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ସଭ୍ୟ ସୁଦର୍ଶନ ଦାସ, ପ୍ରଫୁଲ କୁମାର ମହାପାତ୍ର,ବିପିନ ବିହାରୀ ନନ୍ଦ, ମାର୍କଣ୍ଡେଶ୍ୱର ଶତପଥି,ସୁଧିର କୁମାର କପରଦାର, ଡ଼.ସନ୍ତୋଷ ଦେବତା, ଭାତୃ କୁମାର ପ୍ରଫୁଲ୍ଲ, କିଶୋର ଚନ୍ଦ୍ର ନନ୍ଦ, ଭାନୁଶଙ୍କର ନନ୍ଦ, ସୁଧିର କୁମାର ଦ୍ୱିବେଦୀ, ଦୈତାରୀ ପ୍ରସାଦ ଦ୍ୱିବେଦୀ,ଭୋଲେଶ୍ୱର ମିଶ୍ର, ସୁକାନ୍ତ କୁମାର ନନ୍ଦ ମଧୁ ସୁଦନ ପୁରୋହିତ,ପଦ୍ମିନୀ ମହାପାତ୍ର, ସୁମିତ୍ର ପୁରୋହିତ, ରୁବି ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel