ରତ୍ନଭଣ୍ଡାର ଯାଞ୍ଚ କରି ଫେରିବା ପରେ ଏହି ବଡ଼ ସୂଚନା ଦେଲେ ଶ୍ରୀମନ୍ଦିର ପ୍ରଶାସକ, କହିଲେ ଆଗକୁ …

ପୁରୀ,୧୮ା୯: ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୁଧବାର ଲେଜର ସ୍କାନିଂ ହୋଇଛି। ଏଏସ୍‌ଆଇ ଏଡିଜି ଜାନ ଭିଜ ଶର୍ମାଙ୍କ ନେତୃତ୍ୱରେ ଆଜି ୧୭ ଜଣିଆ ଟିମ୍‌ ଯାଞ୍ଚ କରିବା ସହ ଲେଜର ସ୍କାନିଂ କରି ଫେରିଛନ୍ତି। ରତ୍ନଭଣ୍ଡାର ତଦାରଖ କରି ଫେରିବା ପରେ ବଡ଼ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ସେ କହିଛନ୍ତି, ଆଜିର ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନି। ଆଗକୁ ରାଡାର ସର୍ଭେ ହେବ। ସମସ୍ତ ଯାଞ୍ଚ ସରିବା ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ।
ତେବେ ଆଜିର ଯାଞ୍ଚରେ କୌଣସି ନିର୍ଯ୍ୟାସରେ ପହଞ୍ଚି ପାରିଲୁନି ବୋଲି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି। ସେ କହିଛନ୍ତି, ରାଡାର ସର୍ଭେ ପରେ ସଠିକ୍‌ ମିଳିବ। ସେ କହିଛନ୍ତି, ଆସନ୍ତା ୨୫ ତାରିଖ ଭିତରେ ରତ୍ନଭଣ୍ଡାର ସର୍ଭେ କାମ ସରିବ। କାରଣ ୨୫ ତାରିଖରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେଉଥିବାରୁ ଆଉ ସର୍ଭେ କାମ କରିହେବ ନାହିଁ।

Share