Advertisement

ସପ୍ତାହ ପାଇଁ ସଟ୍‌ଡାଉନ ହେଲା କଲେଜ

ଦେବଗଡ଼,୧୨।୪: ଦେବଗଡ଼ ଜିଲାରେ ସମ୍ପ୍ରତ୍ତି କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରିବାରେ ଲାଗିଛି। ଏହି କ୍ରମରେ ଇତିମଧ୍ୟରେ ଦେବଗଡ଼ କଲେଜର ୪ଜଣ ଅଧ୍ୟାପକ ଓ କର୍ମଚାରୀ ଆକା୍ରନ୍ତ ହୋଇଥିବା ଜଣାପଡିବା ପରେ କଲେଜ କର୍ତ୍ତୃପକ୍ଷ ଆଗାମୀ ଏକ ସପ୍ତାହ ଅର୍ଥାତ୍‌ ୧୩ ରୁ ୧୯ ତାରିଖ ପର୍ଯ୍ୟନ୍ତ କଲେଜକୁ ସଟ୍‌ଡାଉନ ଘୋଷଣା କରିଛନ୍ତି। କଲେଜ ଅଧ୍ୟକ୍ଷ ଚିଠି ନଂ.୦୭୧/ ତା୧୨।୪।୨୦୨୧ରିଖରେ କଲେଜକୁ ସଟ୍‌ଡାଉନ ଘୋଷଣା କରିବା ସହ ସମୟ ସାରଣୀ ଅନୁଯାୟୀ ଅନ୍‌ଲାଇନ ଯୋଗେ ପାଠପଢା ହେବ ବୋଲି ସୂଚନା ଦେଇଛନ୍ତି। ସେହିପରି କର୍ମଚାରୀମାନେ ମୁଖ୍ୟାଳୟରେ ରହିବା ସହ ଆବଶ୍ୟକ ସ୍ଥଳେ ଫୋନ ଯୋଗେ କାର୍ଯ୍ୟ ତୁଲାଇବାକୁ ପରାମର୍ଶ ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share