ଝାରସୁଗୁଡ଼ାରେ ଶଟଡାଉନ କଡ଼ାକଡ଼ି: ଛକ, ବଜାରରେ ଜଗି ରହିଛି ପୋଲିସ

ଝାରସୁଗୁଡ଼ା ଅଫିସ,୪।୭: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୁଲାଇ ମାସର ପ୍ରତି ସପ୍ତାହ ଶନିବାର ଓ ରବିବାର ଝାରସୁଗୁଡ଼ା ଜିଲାରେ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଗତ ସପ୍ତାହରେ ୭୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଜିଲାର ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ଯାନବାହନ ଚଳାଚଳ ବନ୍ଦ ରହିଛି। ଜିଲା ତଥା ସହରର ବିଭିନ୍ନ ଛକ ବଜାରରେ ପୋଲିସ କର୍ମଚାରୀମାନେ ଜଗି ରହିଛନ୍ତି। ଏସ୍‌ପି ଆରୁଲ ପିଆର ଖୋଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି ଏବଂ ଅମାନିଆଙ୍କ ବରୁିଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।