Categories: ଜାତୀୟ

ୟୁପି ବିଧାନସଭା ଆଗରେ ଆତ୍ମହତ୍ୟା କଲେ ଏସ୍‌ଆଇ

ଲକ୍ଷ୍ନୌ,୪।୩: ଉତ୍ତର ପ୍ରଦେଶ ବିଧାନସଭା ବାହାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କାର୍ଯ୍ୟରତ ଜଣେ ପୋଲିସ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ବିଧାନସଭାର ପାର୍କିଂ ଅଞ୍ଚଳ ଗେଟ ନଂ ୭ରେ ଏହି ଘଟଣା ଘଟିଛି। ପୋଲିସ ଏସ୍‌ଆଇଙ୍କ ନିକଟରୁ ସୁଇସାଇଡ ନୋଟ ଜବତ କରିଛି। ଏଥିରେ ସେ ଦୂରାରୋଗରେ ଆକ୍ରନ୍ତ ହୋଇଥିବାରୁ ଜୀବନ ହାରିଥିବା ଉଲ୍ଳେଖ ରହିଛି। ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି।

Share