ଏଣିକି ଫାଣ୍ଡି ଦାୟିତ୍ୱରେ ରହିବେ ଏସ୍‌ଆଇ

ଭୁବନେଶ୍ୱର,୫।୧୦(ବ୍ୟୁରୋ): ଓଡ଼ିଶା ପୋଲିସର ୨୧୬ଟି ଫାଣ୍ଡି ଦାୟିତ୍ୱରେ ଏଣିକି ସବ-ଇନ୍ସପେକ୍ଟର (ଏସ୍‌ଆଇ)ମାନେ ରହିବେ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ପୂର୍ବରୁ ସହକାରୀ ସବ-ଇନ୍ସପେକ୍ଟର (ଏଏସ୍‌ଆଇ) ମାନେ ଫାଣ୍ଡି ଦାୟିତ୍ୱରେ ରହୁଥିଲେ। ତେବେ କମିଶନରେଟ ପୋଲିସ ଠାରୁ ଆରମ୍ଭ କରି ବିଭିନ୍ନ ଜିଲା ପୋଲିସ ଓ ରେଲୱେ ପୋଲିସ ଦ୍ୱାରା ପରିଚାଳିତ ଫାଣ୍ଡି ଗୁଡ଼ିକରେ ସବ-ଇନ୍ସପେକ୍ଟର ମାନଙ୍କୁ ନିଯୁକ୍ତି ଦିଆଯିବ।

Share