ଶ୍ରୀମନ୍ଦିର ପାଇଁ ପଞ୍ଚବାର୍ଷିକ ଯୋଜନା: ମରାମତି ହେବ ପାର୍ଶ୍ୱ ଦେବଦେବୀ ମନ୍ଦିର

ପୁରୀ ଅଫିସ,୪।୬: ଶ୍ରୀମନ୍ଦିର ପରିସରରେ ଥିବା ପାର୍ଶ୍ୱ ଦେବଦେବୀ ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)କୁ ମନ୍ଦିର ପ୍ରଶାସନ ଅବଗତ କରାଇବା ସତ୍ତ୍ୱେ ପଦକ୍ଷେପ ନିଆଯାଇ ନ ଥିଲା। ଗୁରୁବାର ଭିଡିଓ କନ୍‌ଫରେନ୍ସରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ମନ୍ଦିର ରକ୍ଷଣାବେକ୍ଷଣ ସଂକ୍ରାନ୍ତ ବାର୍ଷିକ ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଛି। ଶ୍ରୀମନ୍ଦିର ଗର୍ଭଗୃହ ସମେତ ପାର୍ଶ୍ୱ ଦେବଦେବୀ ମନ୍ଦିରର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ଏକ ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତ କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। କୋଭିଡ୍‌ କଟକଣା ମଧ୍ୟରେ ଗର୍ଭଗୃହ ଓ ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିର ମରାମତି କାର୍ଯ୍ୟ କରାଯିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀମାନେ ମିଳିତ ଭାବେ ୫ବର୍ଷ ଲାଗି ଏକ ଯୋଜନା ପ୍ରସ୍ତୁତ କରିବେ। ଜୁଲାଇ ୧୨ରେ ଘୋଷଯାତ୍ରା। ଏହି ସମୟରେ ୯ଦିନ ଶ୍ରୀମନ୍ଦିରରେ ତିନିଦିଅଁ ରହିବେ ନାହିଁ। ତେଣୁ ଉକ୍ତ ସମୟରେ ଗର୍ଭଗୃହ ମରାମତି ସହ କେମିକାଲ ଫିଲିଂ ଓ ପଲିସିଂ କରାଯିବ। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଅଧ୍ୟକ୍ଷତା କରିଥିଲେ। ପ୍ରତ୍ନତତ୍ତ୍ବ ବିଭାଗର ଅତିରିକ୍ତ ଡିଜି ଜନଓହ୍ବିଜ୍‌ ଶର୍ମା, ବିଜ୍ଞାନ ସଂରକ୍ଷଣ ବିଭାଗ ନିର୍ଦ୍ଦେଶକ ରାମ୍‌ଜୀ ନିଗମ, ଭାରତୀୟ ପ୍ରାଦ୍ୟୋଗିକ ପ୍ରତିଷ୍ଠାନର ପୂର୍ବତନ ପ୍ରଫେସର ଏ.ପି. ଗୁପ୍ତା, ବିଶେଷଜ୍ଞ ଡି.ପି. ମିଶ୍ର, ବିନ୍ଦେଶ୍ୱର ପାତ୍ର ଏବଂ ବି.କେ. ରଥ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ପହଞ୍ଚିଲା ୨୬/୧୧ ଆତଙ୍କବାଦୀ ଆକ୍ରମଣ ମାଷ୍ଟରମାଇଣ୍ଡ୍‌ ତହଉର ରାଣା

ନୂଆଦିଲ୍ଲୀ, ୧୦।୪: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହଉର ହୁସେନ ରାଣା ରାଣାକୁ ଭାରତ ଅଣାଯାଇଛି। ତାଙ୍କୁ ନେଇ ଆସୁଥିବା ସ୍ୱତନ୍ତ୍ର ଗାଡ଼ିଟି ଦିଲ୍ଲୀ...

କାଲିଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ନଡ୍ଡା

ଭୁବନେଶ୍ୱର,୧୦।୪: କାଲିଠାରୁ ଅର୍ଥାତ ଏପ୍ରିଲ ୧୧ରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା। ଏନେଇ ରାଜ୍ୟ ଭାଜପା ସଭାପତି...

ଶାଶୁଶ୍ୱଶୁରଙ୍କୁ ମାଡ଼ ମାରି ୫ ବର୍ଷର ପୁଅଙ୍କୁ ଅପହରଣ ଅଭିଯୋଗ, ସ୍ବାମୀଙ୍କ ନାଁରେ ଏତଲା ଦେଲେ ସ୍ତ୍ରୀ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ରାସ୍ତାର ଦଳିତ ସାହିରେ ଶାଶୁ,ଶ୍ୱଶୁର ଓ ସ୍ତ୍ରୀଙ୍କୁ ମାଡ଼ ମାରି ୫ ବର୍ଷର ପୁଅଙ୍କୁ...

ନୀଳାଦ୍ରିପୁରରେ ପାନୀୟ ଜଳ ସଙ୍କଟ, ବିଡିଓଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ପାନୀୟ ଜଳ ସମସ୍ୟା ଉଗ୍ରରୂପ ନେଲାଣି। ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି...

ବିଜେଡି ପାଇଁ ବୋଝ ନୁହେଁ ଆସେଟ୍‌ ଥିଲେ ପ୍ରଭାତ; ଅମରଙ୍କ ବୟାନଙ୍କୁ ନେଇ…

ଭୁବନେଶ୍ୱର,୧୦।୪: ୱକଫ୍‌ ବିଲ୍‌ରେ ଦ୍ୱିମତକୁ ନେଇ ବିଜେଡିରେ ଅନ୍ତଃକନ୍ଦଳ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମ ନବୀନ ପଟ୍ଟନାୟକଙ୍କ ବୟାନ ନିଆଁରେ ଘିଅ ଢ଼ାଳିବା ଭଳି ହୋଇଛି।...

ବିବାଦ ବଢୁଥିଲେ ବି ମୁହଁ ଖୋଲିଲେନି ସସ୍ମିତ, କହିଲେ ଦଳ ଦେବ ସ୍ପଷ୍ଟୀକରଣ

ଭୁବନେଶ୍ୱର,୧୦ା୪: ଓ୍ବକ୍‌ଫ ବିଲ୍‌କୁ ନେଇ ରାଜ୍ୟ ବିଜେଡିରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ନେଉନି। ଇତିମଧ୍ୟରେ ବିଦେଶ ଗସ୍ତରୁ ଫେରିଛନ୍ତି ଏମ୍‌ପି ସସ୍ମିତ ପାତ୍ର।...

ଚାଷଜମିରୁ ମିଳିଲା ନିଖୋଜ ଚାଷୀଙ୍କ ମୃତଦେହ

ଦିଗପହଣ୍ଡି,୧୦ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ପଞ୍ଚାୟତ ଗୁଣସାଗର ଗ୍ରାମ ନିକଟ ଚାଷଜମିରୁ ଗୁରୁବାର ସକାଳେ ଜଣେ ବୃଦ୍ଧ ଚାଷୀଙ୍କ ଗଳିତ...

‘ନୀତୀଶଙ୍କୁ ଉପପ୍ରଧାନମନ୍ତ୍ରୀ କରାଯାଉ’

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଏମ୍‌ପି ଅଶ୍ୱିନୀ ଚୌବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ନୀତୀଶ ଉପପ୍ରଧାନମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image