Categories: ଜାତୀୟ

ସୁଗନ୍ଧିତ ହେବ ରେଳଲାଇନ୍‌ ପାର୍ଶ୍ୱ: ଯାତ୍ରା ହେବ ମନୋରମ

ଲକ୍ଷ୍ନୌ, ୨।୭: ରେଳଯାତ୍ରାକୁ ମନୋରମ କରିବା ପାଇଁ ଉତ୍ତର-ପୂର୍ବ ରେଲଓ୍ବେ ଲକ୍ଷ୍ନୌ ଡିଭିଜନ ପକ୍ଷରୁ ଏକ ପ୍ରୟାସ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ଐଶବାଗ୍‌ଠାରୁ ମହ୍ଲୋର ପର୍ଯ୍ୟନ୍ତ ରେଳଲାଇନ୍‌ ପାର୍ଶ୍ୱରେ ଫୁଲଗଛ ଲଗାଯିବ। ଫଳରେ ରେଳଲାଇନ କଡ଼ରେ ପଡୁଥିବା ବର୍ଜ୍ୟ ଯୋଗୁ ସୃଷ୍ଟି ହେଉଥିବା ଦୁର୍ଗନ୍ଧ ଆଉ ସୃଷ୍ଟି ହେବ ନାହିଁ। ଏହା ସହିତ ରେଳଲାଇନ୍‌ ନିକଟ ଅଞ୍ଚଳକୁ ପରିଷ୍କାର ରଖାଯିବ ବୋଲି ଲକ୍ଷ୍ନୌ ଡିଭିଜନ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ୫ ହଜାର ଫୁଲଗଛ ଚାରା ରୋପଣ କରାଯାଇଛି। ଚଳିତ ବର୍ଷ ଏଠାରେ ଦେଢ଼ଲକ୍ଷ ଚାରା ରୋପଣ ଲକ୍ଷ୍ୟ ରହିଛି ବୋଲି ଡିଆର୍‌ଏମ୍‌ ଡ. ମୋନିକା ଅଗ୍ନିହୋତ୍ରୀ ସୂଚନା ଦେଇଛନ୍ତି।

Share