ଉଇ ଖାଇଗଲାଣି ରଥର ପାର୍ଶ୍ୱ ମୂର୍ତ୍ତି

ପୁରୀ,୨୭।୬(ଅଜିତ୍‌ ମହାନ୍ତି)ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୧୦ ଦିନ ରହିଛି। ସେଥିପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋରସୋର୍‌ରେ ଚାଲିଛି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ରଥ ଉପରେ ସ୍ଥାନ ପାଉଥିବା ସାରଥି ଓ ରଥ ୪ ପଟେ ଲାଗୁଥିବା ପାର୍ଶ୍ୱ ଦେବଦେବୀ, ସଖୀଙ୍କ ମୂର୍ତ୍ତି ଉଇ ଖାଇଗଲାଣି। ପୂର୍ବରୁ ସାରଥିମାନଙ୍କୁ ଦୋଳବେଦି ପରିସରରେ ସୁରକ୍ଷିତ ଭାବେ ରଖାଯାଉଥିବାବେଳେ ପରିକ୍ରମା ପ୍ରକଳ୍ପ ନିର୍ମାଣ ପରେ ବେଘର ହୋଇଛନ୍ତି ସାରଥି ଓ ପାଶର୍‌ବଦେବଦେବୀ। ବ୍ରହ୍ମଦାରୁଙ୍କ ସାରଥି ଏବେ ବାଗେଡ଼ିଆ ଧର୍ମଶାଳା ସନ୍ନିକଟ ପାର୍କିଂସ୍ଥଳର ଏକ ସ୍ଥାନରେ ଧୂଳିଧୂସରିତ ଅବସ୍ଥାରେ ରହିଛନ୍ତି। ଅବ୍ୟବସ୍ଥା ଭିତରେ ଅପରିଷ୍କାର ହୋଇ ଏହି ସାରଥି ରହିଥିବା ବେଳେ ନିକଟରେ ଅଳିଆ ପଡ଼ିରହିଛି, ଯାହାକୁ ନେଇ ଭକ୍ତଙ୍କଠାରୁ ଆରମ୍ଭ କରି ରୂପକାର ସେବକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ପ୍ରତ୍ୟେକ ନବକଳେବର ସମୟରେ ରୂପକାର ସେବକମାନେ ରଥରେ ସ୍ଥାନ ପାଉଥିବା ସାରଥୀ, ଅର୍ଶ୍ୱ ଏବଂ ପାର୍ଶ୍ୱ ଦେବଦେବୀ ମୂର୍ତ୍ତିଗୁଡ଼ିକୁ ନିର୍ମାଣ କରିଥାନ୍ତି। ପ୍ରତିବର୍ଷ ରଥ ନିିର୍ମାଣ ସରିବା ପରେ ରଥଯାତ୍ରା ପୂର୍ବଦିନ ଭୋଇ ସେବକମାନେ ସାରଥୀମାନଙ୍କୁ ଆଣି ରଥରେ ରଥାରୂଢ କରିଥାନ୍ତି। ରଥଯାତ୍ରା ସମ୍ପନ୍ନ ହୋଇ ନୀଳାଦ୍ରି ବିଜେରେ ଶ୍ରୀବିଗ୍ରହମାନେ ଶ୍ରୀମନ୍ଦିରକୁ ବାହୁଡ଼ ଯିବାପରେ ଭୋଇ ସେବକମାନେ ରଥରୁ ସାରଥିମାନଙ୍କୁ କାଢି ସୁରକ୍ଷିତ ଭାବେ ରଖିଥାନ୍ତି। ରଥଯାତ୍ରା ପରେ ରଥଗୁଡ଼ିକୁ ଭଙ୍ଗାଯାଇଥାଏ। ମାତ୍ର ରଥରେ ଲାଗିଥିବା ସାରଥି, ଠେକରା ବାଡା, ଓଲଟ ଶୁଆ, ଘୋଡା ଆଦି ଭଙ୍ଗା ନ ଯାଇ ରଖାଯାଇଥାଏ। ପ୍ରତ୍ୟେକ ନବକେଳବର ସମୟରେ ମହାପ୍ରଭୁ ପାତାଳୀ ହେବା ସହ ଘୋଡ଼ା, ସାରଥି ଆଦିକୁ ମଧ୍ୟ ପାତାଳି କରାଯାଇଥାଏ।
ଏନେଇ ବଳଭଦ୍ର ରଥର ରୂପକାର ସେବକ ପଞ୍ଚାନନ ମହାପାତ୍ର ଓ ରୂପକାର ସେବକ ରାଜେନ୍ଦ୍ର ମହାପାତ୍ର କହିଛନ୍ତି, ପୂର୍ବରୁ ସାରଥି, ଘୋଡ଼ା, ପାର୍ଶ୍ୱ ଦେବଦେବୀ, ସଖୀ ଆଦିଙ୍କୁ ପୂଜା କରାଯାଉଥିଲା। ଶ୍ରୀମନ୍ଦିର ଭିତରେ ଏମାନଙ୍କୁ ରଖାଯିବା ସହ ଖଇକୋରା ଭୋଗ ପ୍ରତ୍ୟେକ ଦିନ ଲଗାଯାଉଥିଲା। କାଳକ୍ରମେ ସମସ୍ତଙ୍କୁ ଶ୍ରୀମନ୍ଦିର ବାହାରେ ଆଣି ଦୋଳବେଦୀ ପରିସରରେ ରଖାଗଲା। ପରିକ୍ରମା ପ୍ରକଳ୍ପ ସମୟରେ ସମସ୍ତଙ୍କୁ ପୁଣି ସ୍ଥାନାନ୍ତର କରାଯାଇ ସୁରକ୍ଷିତ ଭାବେ ରଖାଗଲା ନାହିଁ। ଫଳରେ ଅନେକ ସଖୀରେ ଉଇ ଲାଗି ନଷ୍ଟ ହୋଇ ଗଲେଣି। ପ୍ରତ୍ୟେକ ନବକଳେବରରେ ସାରଥି, ପାର୍ଶ୍ୱ ଦେବଦେବୀ, ଘୋଡ଼ା, କଳସ ଆଦି ନୂତନ ଭାବରେ ନିର୍ମାଣ କରାଯାଇଥାଏ। ସେହିପରି ନବକଳେବର ପରବର୍ଷ ସଖୀମାନଙ୍କୁ ନିର୍ମାଣ କରାଯାଇଥାଏ। ତେବେ ବର୍ତ୍ତମାନ ଯେଉଁ ସଖୀଗୁଡ଼ିକ ଅଛି, ସେଗୁଡିକ ୧୯୯୬ ପୂର୍ବରୁ ହୋଇଥିବା ନବଳେବର ସମୟରେ ନିର୍ମାଣ କରାଯାଇଥିଲା। ଇତିମଧ୍ୟରେ ୧୯୯୬ ଓ ୨୦୧୫ରେ ଦୁଇଟି ନବଳେବର ଯାଇଥିଲେ ମଧ୍ୟ ନୂତନ ଭାବରେ ସଖୀ ନିର୍ମାଣ ହୋଇନାହିଁ। ୨୦୧୬ରେ ସଖୀ ନିର୍ମାଣ ନେଇ ରୂପକାର ସେବକମାନେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇଥିଲା। ପ୍ରଶାସନ ମଧ୍ୟ କରିବା ପାଇ ଅନୁମତି ଦେଇଥିଲେ। ମାତ୍ର ମୁଖ୍ୟ ପ୍ରଶାସକ ପରିବର୍ତ୍ତନ ହେବା ପରେ ଏନେଇ ଆଉ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ତେବେ ନିଯୋଗ ପକ୍ଷରୁ ସମସ୍ତ ସାରଥି, ପାର୍ଶ୍ୱଦେବଦେବୀ, ସଖୀ, ଘୋଡ଼ାଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ନିମନ୍ତେ ପ୍ରଶାସନକୁ ଦାବିପତ୍ର ଦିଆଯାଇ ଆସିଥିଲା। ମାତ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିଲେ। ବର୍ତ୍ତମାନ ସଖୀଗୁଡିକରେ ଉଇ ଲାଗି ଗଲାଣି। ପ୍ରତ୍ୟେକ ରଥରେ ୧୦ ଗୋଟି ସଖୀ ଲଗାଯାଏ। ହେଲେ ଏବେ ପ୍ରତ୍ୟେକ ରଥର ୩ରୁ ୪ ଗୋଟି ସଖୀ ନଷ୍ଟ ହୋଇ ଯାଇଛନ୍ତି। ନଷ୍ଟ ସଖୀଗୁଡ଼ିକ ରଥରେ ଲାଗିବ ନାହି। ତେଣୁ ପ୍ରଶାସନ ଶ୍ରୀମନ୍ଦିର ପରିସରରେ ସାରଥି, ସଖୀ, ପାର୍ଶ୍ୱଦେବଦେବୀ, ଘୋଡ଼ାଙ୍କ ରଖିବା ନିମନ୍ତେ ବ୍ୟବସ୍ଥା କରନ୍ତୁ ବୋଲି ରୂପକାର ସେବକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri