ଭୁବନେଶ୍ୱରର ଐତିହ୍ୟସ୍ଥଳ ଅଞ୍ଚଳରେ ୟୁନିଫର୍ମ ରହିବ ସାଇନ୍‌ବୋର୍ଡ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ଏଣିକି ରାଜଧାନୀରେ ଥିବା ଐତିହ୍ୟସ୍ଥଳୀଗୁଡ଼ିକରେ ଅସମାନ ସାଇନ୍‌ ବୋର୍ଡ ରହିବ ନାହିଁ। ସେହିପରି ଐତିହ୍ୟସ୍ଥଳର ନିର୍ଦ୍ଧାରିତ ପରିସୀମା ଭିତରେ କେହି ମନଇଚ୍ଛା ସାଇନ୍‌ବୋର୍ଡ ଲଗାଇପାରିବେ ନାହିଁ। ଏନେଇ ମଙ୍ଗଳବାରଠାରୁ କଟକଣା ଲଗାଇଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)। ଏଣିକି ଗୋଟିଏ ରଙ୍ଗ ଓ ସମାନ ଉଚ୍ଚତାର ସାଇନ୍‌ବୋର୍ଡ ଲଗାଯିବ।  ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଓଡ଼ିଏ)ଙ୍କ ନିୟମ ଆଧାରରେ ବିଡିଏ ଏହି ନିଷ୍ପତ୍ତି ନେଇଛି। ଏହାକୁ ଉଭୟ ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଘର ପାଇଁ ମଧ୍ୟ  ବାଧ୍ୟତାମୂଳକ କରାଯାଇଥିବା ବିଡିଏ ପକ୍ଷରୁ ପ୍ରକାଶ ପାଇଛି।

ତେବେ ପ୍ରାଥମିକ ପର୍ଯ୍ୟାୟରେ ସହରର ୩ ଐତିହ୍ୟସ୍ଥଳରେ ଲାଗିଥିବା ସାଇନ୍‌ବୋର୍ଡ ୟୁନିଫର୍ମାଟିକ୍‌ ହେବ। ଏକାମ୍ରକ୍ଷେତ୍ର ହେରିଟେଜ୍‌ ଜୋନ୍‌ (ପୁରୁଣା ଭୁବନେଶ୍ୱର), ଐତିହାସିକକ୍ଷେତ୍ର ହେରିଟେଜ୍‌ ଜୋନ୍‌ (ଶିଶୁପାଳଗଡ଼) ଓ ସାଂସ୍କୃତିକ କ୍ଷେତ୍ର ହେରିଟେଜ୍‌ ଜୋନ୍‌  (ଧଉଳି)ରେ ଏହି ନିୟମ ଲାଗୁ କରାଯିବ। ପରବର୍ତ୍ତୀ ସମୟରେ ସହରର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ବିଭାଗ ଲକ୍ଷ୍ୟ ରଖିଛି ବୋଲି ବିଡିଏ ଆସିଷ୍ଟାଣ୍ଟ ଟାଉନ୍‌ ପ୍ଲାନର ସୁପର୍ଣ୍ଣା ଦାସ କହିଛନ୍ତି। ସେ କହିଛନ୍ତି, ରାଜଧାନୀରେ ଥିବା ହେରିଟେଜ୍‌ ଜୋନ୍‌ଗୁଡ଼ିକରେ ପର୍ଯ୍ୟଟକଙ୍କୁ ଏହା ନିଶ୍ଚିତ ଆକୃଷ୍ଟ କରିବ। ଏହି ସ୍ଥାନଗୁଡ଼ିକରେ ଯେଉଁ ସାଇନ୍‌ଏଜେ ଲାଗିବ ତାହାର ପୋଲ୍‌ ଏକା ପ୍ରକାର ସହିତ କଲର୍‌, ଲେଖାର ସାଇଜ୍‌  ଓ ଉଚ୍ଚତା ମଧ୍ୟ ସମାନ ରହିବ। ଗୋଟିଏ ପ୍ରକାର  ଡିଜାଇନ୍‌କୁ ଗୁରୁତ୍ୱ ଦିଆଯିବା ସହ ପର୍ଯ୍ୟଟକଙ୍କୁ କିପରି ଏହା ଆକୃଷ୍ଟ କରିବ ସେଥିପ୍ରତି ଗୁରୁତ୍ୱ ପ୍ରଦାନ କରାଯିବ। ଏଥିରେ ୫ ପ୍ରକାର ସାଇନ୍‌ଏଜ୍‌ ରଖାଯାଇଥିବା ବେଳେ ୨ ପ୍ରକାର ମ୍ୟାପ୍‌, ଦୋକାନୀ, ବିଲ୍ଡିଂ ଓ ଘରର ନାମ ଲେଖାକୁ ମଧ୍ୟ ସ୍ଥିର କରାଯାଇଛି ବୋଲି ସେ କହିଛନ୍ତି।

ନୂଆ ଡିଜାଇନ୍‌ ଦ୍ୱାରା ଐତିହ୍ୟସ୍ଥଳୀଗୁଡ଼ିକର କଳାକୃତିକୁ ଗୁରୁତ୍ୱ ଦିଆଯାଇଛି। ସିଡିପି ୨୦୩୦ରେ ହେରିଟେଜ୍‌ ଡିଷ୍ଟ୍ରିକ୍ଟ କରାଯାଇଛି। ଏଥିରେ ଥିବା ୩ଟି ଜୋନ୍‌ରେ ପ୍ରଥମେ ଏହି ନିୟମ ଲାଗୁ କରାଯିବା ପାଇଁ ସ୍ଥିର ହୋଇଥିବା ବେଳେ ବିଡିଏର ୧୩୬ତମ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା। ଯାହାକୁ ୧୮ ତାରିଖ ରାଜ୍ୟ ସରକାର ଅନୁମତି ଦେବା ପରେ ଏହି ନିୟମ ଲାଗୁ ହୋଇଛି ବୋଲି ସୁପର୍ଣ୍ଣା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri