ଠାକୁରଙ୍କୁ ବି ଛାଡିଲେନି: ନେଇ ଗଲେ ରୁପା ନାଗ

ସୁନ୍ଦରଗଡ଼,୧୦।୧୧(ଡି.ଏନ୍‌.ଏ.): ଦେବ ଦେବ ମହାଦେବଙ୍କୁ ବି ଛାଡିଲେନି ଦୁର୍ବୃତ୍ତ। ଶେଷରେ ବୁଲାଇଦେଲେ କଳାକନା । ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ମହାଦେବ ପଡ଼ା ଇବ୍‌ ନଦୀ କୂଳରେ ଥିବା ବାବା ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିରରୁ ମଙ୍ଗଳବାର ରାତିରେ ଚୋରି ହୋଇଛି । ଦୁର୍ବୃତ୍ତ ମନ୍ଦିର ଗ୍ରୀଲ ଭାଙ୍ଘି ଦୁଇଟି ରୁପା ନାଗ ଚୋରି କରିଛନ୍ତି। ଯାହାର ଓଜନ ୨ କିଲୋ। ସକାଳୁ ପୂଜକ ମନ୍ଦିରକୁ ଆସି ଚୋରି ହୋଇଥିବା ଜାଣି ପୋଲିସକୁ ଘବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।