ପୁଣି ବିବାହ ବନ୍ଧନରେ ବାନ୍ଧି ହେବେ ଗାୟିକା

ପୁଣି ବିବାହ ବନ୍ଧନରେ ବାନ୍ଧି ହେବେ ଗାୟିକା କନିକା କପୁର। ଆସନ୍ତା ମେ ମାସରେ କନିକା ଏନଆରଆଇ ବିଜନେସ ମ୍ୟାନ ଗୌତମଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହା ଗାୟିକାଙ୍କର ଦ୍ୱିତୀୟ ବିବାହ। ଗତ ୬ମାସ ଧରି ଗୌତମ ଏବଂ କନିକାଙ୍କ ମଧ୍ୟରେ ବିବାହକୁ ନେଇ ଚର୍ଚ୍ଚା ହେଉଛି। ଦୁହେଁ ପ୍ରାୟ ୧ ବର୍ଷ ପରସ୍ପରକୁ ଡେଟ୍‌ କରୁଥିବା ଜଣାପଡିଛି। ତେବେ ଉଭୟଙ୍କ ବିବାହ ଲଣ୍ଡନରେ ହେବ ବୋଲି କୁହାଯାଉଛି।
କନିକାଙ୍କ ବିବାହ ପ୍ରଥମେ ଏନଆରଆଇ ବିଜନେସ ମ୍ୟାନ ରାଜ ଚାନ୍ଦୋକଙ୍କ ହୋଇଥିଲା। ସେ ୨୦୧୨ ମସିହାରେ କନିକା ଠାରୁ ଛାଡପତ୍ର ନେଇଥିଲେ।

Share