ବୁଗୁଡା,୩ା୧(ଡି.ଏନ.ଏ.)-ବୁଗୁଡ଼ା ଏନ୍ଏସି ଅନ୍ତର୍ଗତ ମୋଚିସାହିରେ ପାରିବାରିକ କଳହକୁ କେନ୍ଦ୍ରକରି ଭାଇବୋହୂ ରଶ୍ମିତା ବେହେରା ଦେଡ଼ଶୁର କାମ ବେହେରାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୧/୨୩ରେ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା କହିଛନ୍ତି। ପ୍ରକାଶ ଯେ, ନୂଆବର୍ଷର ପ୍ରଥମ ଦିନରେ କାମ ଓ ତାଙ୍କର ସାନ ଭାଇ ଲିଚୁଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ଗଣ୍ଡଗୋଳ ଘଟିଥିଲା। ଏହି ଅବସରରେ ଲିଚୁଙ୍କ ପତ୍ନୀ ରଶ୍ମିତାଙ୍କୁ କାମ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିବା ନେଇ ଥାନାରେ ରଶ୍ମିତା ଅଭିଯୋଗ କରିଥିଲେ।