ଭାଇକୁ ଘରେ ଛାଡ଼ି କାମକୁ ଯାଇଥିଲେ ଭଉଣୀ, ଫେରି ଦେଖିଲେ ମୃତଦେହ

ରାଉରକେଲା,୧୫।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ପ୍ଲାଣ୍ଟସାଇଟ୍‌ ଥାନା ଗୋପବନ୍ଧୁପାଲି ଅଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ଶୁକ୍ରବାର ଜବତ ହୋଇଛି। ସେ ହେଲେ ବମ୍ବବମ୍‌ ଘୋଷ (୩୫)। କିଛି ଦୁର୍ବୃତ୍ତ ବମ୍ବବମ୍‌ଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ବମ୍ବବମ୍‌ ଗୋପବନ୍ଧୁପାଲି ଫାଣ୍ଡି ସମ୍ମୁଖରେ ତାଙ୍କ ଭଉଣୀ ଭାରତୀଙ୍କ ସହିତ ରହୁଥିଲେ। ଭାରତୀ ସବୁଦିନ ପରି ଶୁକ୍ରବାର ସକାଳେ ମଧ୍ୟ କାମକୁ ବାହାରି ଯାଇଥିଲେ। ବମ୍ବବମ୍‌ ଏକୁଟିଆ ଘରେ ରହିଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ଭାରତୀ ଘରକୁ ଆସି ଭାଇଙ୍କ ମୃତଦେହ ଦେଖିଥିଲେ। ତାଙ୍କ ଶରୀରରେ ଗଭୀର କ୍ଷତ ଲାଗିଥିଲା। ପରେ ସେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

 

Share