ଭାଇଙ୍କୁ ରାଖୀ ବାନ୍ଧିବା ଅଧା ରହିଲା: ଦୁର୍ଘଟଣାରେ ଚାଲିଗଲା ଭଉଣୀଙ୍କ ଜୀବନ

ଗଞ୍ଜାମ,୩୧ା୮(ବିଦ୍ୟାଧର ସାହୁ): ରକ୍ଷାବନ୍ଧନରେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ଭାଇଙ୍କର ଶୁଭ ମନାସିବା ସହ ନିଜକୁ ସୁରକ୍ଷା ଦେବା ପାଇଁ ଭାଇଙ୍କଠାରୁ ପ୍ରତିଜ୍ଞା ଗ୍ରହଣ କରନ୍ତି। କିନ୍ତୁ ଜଣେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧିବାକୁ ଯିବା ବାଟରେ ଦୁର୍ଘଟଣାରେ ମୃତ୍ୟୁ ହେବା ପରି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ବ୍ଲକ କଣ୍ଟିଆଗଡ଼ ଗ୍ରାମରେ। ଏହି ଘଟଣା ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନାନୁଯାୟୀ, କଣ୍ଟିଆଗଡ଼ ଗ୍ରାମର ଡଲି ପ୍ରଧାନ ଗୁରୁବାର ସକାଳେ ଭାଇଙ୍କୁ ରାଖୀ ବାନ୍ଧିବାକୁ ସ୍ବାମୀଙ୍କ ସହ ବାଇକ୍‌ରେ ଯାଉଥିଲେ। ବାଇକରେ ଯିବା ସମୟରେ ନିଜ ଓଢଣୀ ବେକରେ ଗୁଡ଼ାଇ ହୋଇ ବାଇକରୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନେବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

Share