ଭୁବନେଶ୍ୱର(ବ୍ୟୁରୋ),୨୭।୭: ଆଠଗଡ଼ ବନଖଣ୍ଡର ବଡ଼ମ୍ବା ରେଞ୍ଜରୁ ମାଟି ତଳୁ ଜବତ ହୋଇଥିବା ହାତୀ କଙ୍କାଳ ଘଟଣାର ତଦନ୍ତ ଲାଗି ରାଜ୍ୟ ସରକାର ଜୁନ୍ ୧୬ରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ କରିଥିଲେ। ଏକ ମାସରେ ରିପୋର୍ଟ ଦେବା ପାଇଁ ଏସ୍ଆଇଟିକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏକ ମାସ ପରେ ବି ଏସ୍ଆଇଟି କୌଣସି ରିପୋର୍ଟ ପ୍ରଦାନ କରିନାହିଁ। ଏଥିପାଇଁ ଏସ୍ଆଇଟି ଆଉ ମାସେ ସମୟ ମାଗିଥିବା ପିସିସିଏଫ୍ (ବନ୍ୟପ୍ରାଣୀ) ଶଶୀ ପଲ୍ କହିଛନ୍ତି।