ଗାଜାର ସ୍ଥିତି ବହୁତ ଖରାପ, ଯୁଦ୍ଧ ବନ୍ଦ ପାଇଁ ନିବେଦନ କଲେ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ

ଓ୍ବାଶିଂଟନ,୨୮ା୧୦: ଗାଜାରେ ଅବସ୍ଥା ଅତ୍ୟନ୍ତ ଖରାପ। ଆମେ ଆମର କର୍ମଚାରୀଙ୍କ ବିଷୟରେ ଚିନ୍ତିତ। ଯୋଗାଯୋଗ ମଧ୍ୟ ସମ୍ଭବ ନୁହେଁ। ତେଣୁ ଖୁବ୍‌ଶୀଘ୍ର ଯୁଦ୍ଧ ବନ୍ଦ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଶକ୍ତିଶାଳୀ ଦେଶମାନଙ୍କୁ ନିବେଦନ କରିଛନ୍ତି।

ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ ଅଧନୋମ ଘେବ୍ରେୟେସସ୍‌ ତାଙ୍କ ପୋଷ୍ଟରେ କହିଛନ୍ତି, ‘ଗାଜାରେ ଭୟଙ୍କର ବୋମା ବିସ୍ଫୋରଣର ଖବର ଅତ୍ୟନ୍ତ ଦୁଖଦାୟକ। ଏଭଳି ପରିସ୍ଥିତିରେ ରୋଗୀଙ୍କୁ ସ୍ଥାନାନ୍ତର କରିବା କିମ୍ବା ସୁରକ୍ଷିତ ଆଶ୍ରୟ ନେବା ସମ୍ଭବ ନୁହେଁ। ବ୍ଲାକ୍‌ଆଉଟ୍‌ ଯୋଗୁ ଆମ୍ବୁଲାନ୍ସଗୁଡ଼ିକ ଆହତଙ୍କ ନିକଟରେ ପହଞ୍ଚିବା ଅସମ୍ଭବ ହୋଇପଡ଼ିଛି। ଆମେ ଏପର୍ଯ୍ୟନ୍ତ ଆମର କର୍ମଚାରୀ ଏବଂ ସ୍ବାସ୍ଥ୍ୟ ସୁବିଧା ସହିତ ସମ୍ପର୍କରେ ନାହୁଁ। ମୁଁ ସେମାନଙ୍କ ସୁରକ୍ଷା ପାଇଁ ଚିନ୍ତିତ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସମସ୍ତଙ୍କୁ ନିବେଦନ କରୁଛି କି, ଶକ୍ତିଶାଳୀ ଦେଶମାନେ ଯୁଦ୍ଧ ବନ୍ଦ କରନ୍ତୁ।

ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ କହିଛନ୍ତି, ଏହି ପ୍ରସ୍ତାବ ବାଧ୍ୟତାମୂଳକ ନୁହେଁ। ଆରବ ଦେଶଗୁଡିକ ଦ୍ୱାରା ଉପସ୍ଥାପିତ ହୋଇଥିବା ଏହି ପ୍ରସ୍ତାବକୁ ୧୯୩ ସଦସ୍ୟ ବିଶିଷ୍ଟ ବିଶ୍ୱ ସଂଗଠନ ୧୪ ବିରୋଧରେ ୧୨୦ ଭୋଟ ଦେଇଥିବା ବେଳେ ୪୫ଟି ଦେଶ ଏଥିରେ ଭୋଟ ଦେବାକୁ ମନା କରିଛନ୍ତି।

Share