ଶେରଗଡ଼,୬ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ବ୍ଲକର ୩୦ ଗ୍ରାମରେ ବର୍ତ୍ତମାନ ସୁଦ୍ଧା ୫୨ଜଣ ଆକ୍ରାନ୍ତ ହେଲେଣି। ସେଥିରୁ କରୋନା ୧୫ କରୋନା ଯୋଦ୍ଧା, ୩୦ ପ୍ରବାସୀ, ଅନ୍ୟସ୍ଥାନୀୟ ୫ଟି କେସ୍ ଥିବାବେଳେ ଦୁଇଜଣଙ୍କ ମୃତ୍ୟୁ ଘଟିସାରିଲାଣି। ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଏକ ତଥ୍ୟକୁ ଆଧାର କରି ବର୍ତ୍ତମାନ ବ୍ଲକର ୨୨ ପଞ୍ଚାୟତରେ କୋଭିଡ୍ କେୟାର ସେଣ୍ଟର ଖୋଲାଯାଇଛି। ଆକ୍ରାନ୍ତ ହୋଇଥିବା ଗ୍ରାମ ମଧ୍ୟରେ ଅଲାରିଗଡ଼,କୁରୁଲା,ପିତ୍ତଳ,ନରେନ୍ଦ୍ରପୁର,କାଞ୍ଜିଆମା, ରାମଚନ୍ଦ୍ରପୁର, ଗୋବିନ୍ଦପୁର, ସେରଙ୍କୁଡା,ସାଗ୍ରପଲି, ପଦ୍ମପୁର,ବନ୍ଧାଗୁଡା, ବାକିଲିକଣା, ସମେତ ୩୦ଟି ଗ୍ରାମରେ ଏହା ବ୍ୟାପିଛି। ଫଳରେ ଶେରଗଡ଼ ବ୍ଲକ ଅଞ୍ଚଳରେ ଏକ ପ୍ରକାର ଅସୁସ୍ଥ ବାତାବରଣ ଆସିଯାଇଛି। କରୋନା ଯୋଦ୍ଧା ମଧ୍ୟରେ ସରପଞ୍ଚ, ଡାକ୍ତର, ଅଙ୍ଗନଓ୍ବାଡି କର୍ମୀ,ସହାୟିକା ଅଛନ୍ତି। ଶେରଗଡ଼ର ସ୍ଥିତି ନିୟନ୍ତ୍ରଣ କରିବା ଲାଗି ଚାରିଛକରେ ବ୍ୟାରିକେଟ୍ କରାଯାଇଛି। ସୋମବାର ଶେରଗଡ଼ ଥାନା ଆଇଆଇସି ରମେଶ ଚନ୍ଦ୍ର ଦାସ,ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ପହଞ୍ଚି କଡ଼ା ଯାଞ୍ଚ କରୁଛନ୍ତି।